ଝଡ଼ତୋଫାନ ଆଶଙ୍କା: ଆଲର୍ଟରେ ୧୩ ରାଜ୍ୟ

ନୂଆଦିଲ୍ଲୀ: ଉତ୍ତର ଓ ପୂର୍ବ ଭାରତରେ ୧୩ଟି ରାଜ୍ୟରେ ଝଡ଼ତୋଫାନ ଓ ଘଡ଼ଘଡ଼ି ସହ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।  ଏହି ୧୩ଟି ରାଜ୍ୟ ପାଇଁ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

ଝଡ଼ ତୋଫାନ ଆଶଙ୍କାକୁ ଦେଖି ହରିୟାଣାରେ ଆଜି ଓ ଆସନ୍ତାକାଲି ସ୍କୁଲ ବନ୍ଦ କରାଯାଇଛି । ଆଜି ସକାଳେ ହରିୟାଣା, ହିମାଚଳ ପ୍ରଦେଶ, ଦିଲ୍ଲୀ ଆଦି ଅଞ୍ଚଳରେ ସକାଳୁ ବର୍ଷା ହୋଇଛି ।

ଉତ୍ତର ପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ଉତ୍ତର ପୂର୍ବାଞ୍ଚଳର ରାଜ୍ୟଗୁଡ଼ିକରେ ମଧ୍ୟ ଝଡ଼ ତୋଫାନର ଆଶଙ୍କା  ଅଛି।ତେବେ ଗତ ବୁଧବାର ରାଜସ୍ଥାନ, ଉତ୍ତର ପ୍ରଦେଶରେ ହୋଇଥିବା ଧୂଳିଝଡ଼ ପରି ଏହା ଭୟଙ୍କର ହେବ ନାହିଁ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ତଥାପି ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି ।

You might also like