ଦୁର୍ଘଟଣାରେ ଚାଲିଗଲା ଗୋଟିଏ ପରିବାରର ୩ ସଦସ୍ୟଙ୍କ ଜୀବନ

ଢେଙ୍କାନାଳ: ଢେଙ୍କାନାଳ ମୋଟଙ୍ଗାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଗୋଟିଏ ପରିବାରର ୩ ସଦସ୍ୟଙ୍କ ଅକାଳ ବିୟୋଗ। ଆଜି ଭୋରରୁ ୫୫ ନମ୍ବର ଜାତୀୟ ରାଜପଥର ମୋଟଙ୍ଗା ନବଭାରତ ଛକରେ ଏହି ଦୁର୍ଘଟଣା ଘଟିଛି।

କାର ଉପରେ ଏକ ଟ୍ରକ୍ ମାଡି ଯିବାରୁ ଘଟଣାସ୍ଥଳରେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ତିନି ଜଣ ହେଲେ ଗୋବିନ୍ଦ ତ୍ରିପାଠୀ, ତାଙ୍କ ପତ୍ନୀ ମୋନାଲିସା ତ୍ରିପାଠୀ ଏବଂ ପୁଅ ସୌରଭ ତ୍ରିପାଠୀ।

ତାଳଚେର ବଲଣ୍ଡା ଅଞ୍ଚଳର ଏହି ପରିବାର ଭୁବନେଶ୍ୱରରୁ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି।

You might also like
Comments
Loading...