କଟକ ଆନନ୍ଦ ଭବନ ମ୍ୟୁଜିୟମ୍‌ର ଲୋକାର୍ପଣ ଉତ୍ସବ : ଓଡ଼ିଆ ମହିଳାଙ୍କୁ ପ୍ରଶଂସା କଲେ ରାଷ୍ଟ୍ରପତି

କଟକ : ମୟୁରଭଞ୍ଜ ଜିଲ୍ଲା ଜାମଡ଼ା ଗାଁର ଗୃହିଣୀ ହେମାବତୀ ବାଗେ। ଝାଲ୍‌ମୁଢ଼ି ବିକ୍ରି କଲେ ଚାଲେ ତେଲ ଲୁଣର ସଂସାର। ପେଟକୁ ଦି’ମୁଠା ଦାନା ମିଳେ। ସେ ଏକ ଅଜଣା, ଅଚିହ୍ନା ଚେହେରାଟିଏ। ହେଲେ ଏହି ମାମୁଲି ଚେହେରା ଆଜି ଚର୍ଚ୍ଚାରେ।

ଦେଶର ପ୍ରଥମ ନାଗରିକଙ୍କ ମୁହଁରେ ଆଜି ଶୁଣିବାକୁ ମିଳିଛି ତାଙ୍କରି ନାଁ, ତାଙ୍କରି ପ୍ରଶଂସା। ଫେବୃୟାରୀ ୧୩, ୨୦୧୮। ଗ୍ରାମୀଣ ମହିଳାଙ୍କ କାଠ ଚୁଲିର ଧୂଆଁ ଆଉ ଯନ୍ତ୍ରଣାର କାହାଣୀ ସେଦିନ ଦୋହଲାଇ ଦେଇଥିଲା ରାଷ୍ଟ୍ରପତି ଭବନରେ ଆୟୋଜିତ ଏଲ୍‌ପିଜି ପଞ୍ଚାୟତ କାର୍ଯ୍ୟକ୍ରମରେ। ସେହି କାହାଣୀର ଚିତ୍ର ଆଉ ଚରିତ୍ରକୁ ଆଜି ବର୍ଣ୍ଣନା କରି ଆନନ୍ଦ ଭବନ ମ୍ୟୁଜିୟମ୍‌ର ଲୋକାର୍ପଣ ଉତ୍ସବ ଅବସରରେ ଭାବବିହ୍ୱଳ ହୋଇଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ।

କଟକରେ ରାଷ୍ଟ୍ରପତିଙ୍କ ମୁହଁରୁ ଏହି ପଦିଏ କଥା ଶୁଣିବା ପରେ ହେମାବତୀଙ୍କ ମନ ମଧ୍ୟ କୁଣ୍ଢେମୋଟ। ତାଙ୍କ ଭଳି ସାଧାରଣ ଗୃହିଣୀଙ୍କ ସମ୍ପର୍କରେ ଦେଶର ପ୍ରଥମ ନାଗରିକଙ୍କ ଏଭଳି ମନ୍ତବ୍ୟକୁ ନେଇ ସେ ମଧ୍ୟ ଭାବବିହ୍ୱଳ ହୋଇଛନ୍ତି।

କଟକ ଆନନ୍ଦ ଭବନ ମ୍ୟୁଜିୟମ୍‌ର ଲୋକାର୍ପଣ ଉତ୍ସବ ଅବସରରେ ନିଜ ଅଭିଭାଷଣରେ ଦେଶ ବିଦେଶରେ ଓଡ଼ିଆଙ୍କ ସ୍ଥାନ ଏବଂ ସଫଳତାକୁ ନେଇ ଭୁରି ଭୁରି ପ୍ରଶଂସା କରିଥିଲେ ରାଷ୍ଟ୍ରପତି କୋବିନ୍ଦ। ତାସହ ଦେଶରେ ଥିବା ଜନଜାତିଙ୍କ ମଧ୍ୟରୁ ଓଡ଼ିଶାରେ ସେମାନଙ୍କ ସଂଖ୍ୟା ୧୦ ପ୍ରତିଶତ ଥିବାବେଳେ ସଂଯୋଗ ବଶତଃ ସଂପୃକ୍ତ ବିଭାଗର ଦାୟିତ୍ୱରେ ଜୁଏଲ୍ ଓରାମ୍ ଅଛନ୍ତି ବୋଲି କହିଥିଲେ ରାଷ୍ଟ୍ରପତି।

ଦେଖନ୍ତୁ ଏହି ଭିଡ଼ିଓ-

You might also like