ଚୋରଙ୍କୁ ନିସ୍ତୁକ ମାଡ଼ ମାରି ପୋଲିସର ଜିମା ଦେଲେ ଗାଁ ଲୋକେ
କଟକ : ଚୋରକୁ ମିଳିଛି ପାନେ। କଟକ ଜିଲ୍ଲା ସାଲେପୁର ନଇଗୁଆଁରୁ ଦିନ ଦ୍ୱିପ୍ରହରରେ ଚୋରି କରୁଥିବା ୨ଜଣ ଚୋରକୁ କାବୁ କରି ନିସ୍ତୁକ ମାଡ଼ ମାରିଥିଲେ ଗାଁ ଲୋକେ। ସେମାନଙ୍କ ଠାରୁ ଚୋରି ସାମଗ୍ରୀ ଜବତ କରିବା ସହ ତାଙ୍କ ବାଇକ୍ ମଧ୍ୟ ପୋଡ଼ି ଦେଇଛନ୍ତି। ପରେ ଗାଁ ଲୋକେ ଉଭୟ ଚୋରକୁ ପୋଲିସର ଜିମା ଦେଇଛନ୍ତି।
ଆଜି ଦିନ ୧୧ଟା ସମୟରେ ଗାଁର ସୁଷମା ପଣ୍ଡାଙ୍କ ଘରର ତାଲା ଭାଂଗି ଚୋରମାନେ ଚୋରି କରୁଥିଲେ। ଖବର ପାଇ ଘର ମାଲିକ ଆସିବା ପରେ ଚୋରମାନେ ଦୌଡ଼ି ପଳାଉଥିଲେ। ହେଲେ ଗାଁର ଲୋକେ ସେମାନଙ୍କୁ କାବୁ କରି ନିସ୍ତୁକ ମାଡ଼ ମାରିଥିଲେ। ସେପଟେ ଚୋରଙ୍କ ପରିଚୟ ମିଳିନଥିବା ସାଲେପୁର ଥାନାଧିକାରୀ କହିଛନ୍ତି।