ଅନୁପ୍ରବେଶ ଉଦ୍ୟମ ବେଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୬ ଆତଙ୍କବାଦୀ

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା। କୁପଓ୍ୱାଡ଼ା ଜିଲ୍ଲାର କେରନ୍ ସେକ୍ଟରରେ ଅନୁପ୍ରବେଶ ପାଇଁ ଉଦ୍ୟମ କରୁଥିବା ସମୟରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୬ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

ଏହି ଘଟଣା ପରେ ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବା ଆଶଙ୍କା କରି ସୁରକ୍ଷା କର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି। ତେବେ ଆଜିର ଏହି ଘଟଣା ପରେ ଗତ ୨ ସପ୍ତାହ ମଧ୍ୟରେ ୨୧ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

ସୂଚନାଥାଉ କି, ୨ ଦିନ ପୂର୍ବରୁ କେରନ୍‌ ସେକ୍ଟରରରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଆକ୍ରମଣ କରିଥିଲେ। ଏହି ଘଟଣାରେ ଜଣେ ଯବାନ ସହିଦ ହୋଇଥିବାବେଳେ, ଆଉ ଜଣେ ଆହତ ହୋଇଥିଲେ।

You might also like