ସମ୍ବଲପୁର ଠେଲ୍‌କୋପଡ଼ା ଡବଲ ମର୍ଡରକୁ ନେଇ ପୁଣି ଉତ୍ତେଜନା

ସମ୍ବଲପୁର : ସମ୍ବଲପୁର ଠେଲ୍‌କୋପଡ଼ା ଡବଲ ମର୍ଡରକୁ ନେଇ ପୁଣି ଉତ୍ତେଜନା, ରାସ୍ତାରୋକ। ଶଙ୍କର ମୁଖୀ ହତ୍ୟାରେ ସଂପୃକ୍ତ ଥିବା ଅଭିଯୋଗରେ ଗତକାଲିଠାରୁ ପୋଲିସ ୩ ଜଣଙ୍କୁ ଅଟକ ରଖିଛି। ଏହାର ପ୍ରତିବାଦରେ ଲୋକେ ମୋଦିପଡ଼ା ଛକରେ ରାସ୍ତା ଅବରୋଧ କରିଛନ୍ତି। ପୁରା ଅଞ୍ଚଳରେ ପ୍ରବଳ ଉତ୍ତେଜନା ଯୋଗୁଁ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଘଟଣାସ୍ଥଳରେ ଏସ୍‌ପି, ଅତିରିକ୍ତ ଏସ୍‌ପି, ଏସ୍‌ଡିପିଓ ଉପସ୍ଥିତ ଅଛନ୍ତି।

ଗତ ସୋମବାର ଦିନ ଠେଲକୋପଡ଼ାରେ ଡବଲ ମର୍ଡର ହୋଇଥିଲା। ପ୍ରଥମ ସୁଜିତ ନାଗଙ୍କୁ ପାଣ୍ଡବ ମୁଖୀ ଓ ତାଙ୍କ ସହଯୋଗୀମାନେ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ପ୍ରତିଶୋଧ ପରାୟଣ ହୋଇ ପାଣ୍ଡବ ମୁଖୀଙ୍କ ଭାଇ ଶଙ୍କର ମୁଖୀଙ୍କ ଉପରେ ଆକ୍ରମଣ କରିଥିଲେ ମୃତକ ସୁଜିତ ନାଗଙ୍କ ସମର୍ଥକ। ଏଥିରେ ଶଙ୍କରଙ୍କ ମୃତ୍ୟୁ ହୋଇଥିଲା।

You might also like