ଶିଶୁ ମୃତ୍ୟୁରୁ ଉତ୍ତେଜନା, ଡାକ୍ତର ନ ଥିବା ଅଭିଯୋଗରେ ରାସ୍ତାରୋକ, ପୋଲିସର ଲାଠିମାଡ଼

ନୟାଗଡ଼:  ସ୍ଥାନୀୟ ମୁଖ୍ୟ ଡାକ୍ତରଖାନାରେ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା । ଜାତୀୟ ରାଜପଥ ଅବରୋଧ ବେଳେ ଅାନ୍ଦୋଳନକାରୀଙ୍କ ଉପରେ ପୋଲିସ ଲାଠି ମାଡ଼ କରିଥିବା ଅଭିଯୋଗ ।

ଅଭିଯୋଗ ମୁତାବକ, ନୂଅାଗାଁ ବ୍ଲକ୍ ଗୋଳଗୋଳା ଗାଁର ଏକ ୮ ମାସର ଶିଶୁ ଏକ ବୋତଲ ଠିପି ଗିଳି ଦେଇଥିଲା। ଚିକିତ୍ସା ପାଇଁ ପରିବାର ଲୋକେ ଶିଶୁଟିକୁ ନୟାଗଡ଼ ମୁଖ୍ୟ ଡାକ୍ତରଖାନାକୁ ଅାଣିଥିଲେ । ମେଡିକାଲରେ ଡାକ୍ତର ଚିକିତ୍ସା କରୁଥିବାବେଳେ ଶିଶୁଟିର ମୃତ୍ୟୁ ଘଟିଥିଲା । ତେବେ ପରିବାରଲୋକେ ଶିଶୁ ରୋଗ ବିଶେଷଜ୍ଞ ନ ଥିବା କାରଣରୁ ପିଲାଟିର ମୃତ୍ୟୁ ଘଟିଥିବା ଅଭିଯୋଗ କରିଥିଲେ ।

vlcsnap-error904ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଶିଶୁଟିର ମୃତଦେହକୁ ରାସ୍ତା ଉପରେ ରଖି ଅାନ୍ଦୋଳନ କରିଥିଲେ ସ୍ଥାନୀୟ ଲୋକେ । ଫଳରେ ଖୋର୍ଦ୍ଧା-ବଲାଙ୍ଗିର ରାସ୍ତାର ଯାନବାହନ ଚଳାଚଳ ଠପ୍ ହୋଇପଡିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା । ଏହା ସତ୍ତ୍ୱେ ରାସ୍ତାରୋକ ନ ହଟିବାରୁ ଅାନ୍ଦୋଳନକାରୀଙ୍କ ଉପରେ ପୋଲିସ ଲାଠିମାଡ଼ କରିଥିବା ଅଭିଯୋଗ ହୋଇଛି ।

You might also like