ସୁନାବେଡ଼ାରେ ଥିବା HAL ଫାଟକରେ ତାଲା

ଜୟପୁର : କୋରାପୁଟ ଜିଲ୍ଲା ସୁନାବେଡ଼ାରେ ଥିବା HAL ଫାଟକରେ ତାଲା । ୧୪ ଦଫା ଦାବି ନେଇ ଯୁବ ବିକାଶ ମଞ୍ଚ ଏବଂ ହାଲ୍ ପୋଷ୍ୟ ଗ୍ରାମ୍ୟ ଓ ପାରିପାର୍ଶ୍ୱିକ ଅଞ୍ଚଳ ବିକାଶ ପରିଷଦ ପକ୍ଷରୁ କରାଯାଇଛି ଆନ୍ଦୋଳନ।

ଏଥିପାଇଁ କାରଖାନାର କାମ୍ ଠପ୍ ହୋଇ ଯାଇଛି। ଶହ ଶହ କର୍ମଚାରୀ ହାଲ୍ ଫାଟକ ଆଗରେ ବସି ରହିଛନ୍ତି। କୁଶଳୀ ଯୁବକ ଯୁବତୀଙ୍କୁ ନିଯୁକ୍ତି ପାଇଁ ୫୦ ପ୍ରତିଶତ ସଂରକ୍ଷଣ, ଅଣକୁଶଳୀ ବେକାରଙ୍କୁ ଚୁକ୍ତିଭିତ୍ତିକ ନିଯୁକ୍ତିରେ ୯୦ ପ୍ରତିଶତ ସଂରକ୍ଷଣ, ଜରୁରୀକାଳୀନ ଆମ୍ବୁଲାନ୍ସ ସେବା, ଉଚ୍ଚଶିକ୍ଷା ପ୍ରଦାନ ଭଳି ୧୪ଟି ଦାବି ପୂରଣ ଲାଗି ଏମାନେ ଆନ୍ଦୋଳନ କରୁଛନ୍ତି।

ସେମିଳିଗୁଡ଼ା ତହସିଲଦାର ଓ ସୁନାବେଡ଼ା ଆଇଆଇସି ଘଟଣାସ୍ଥଳରେ ପହଞ୍ଚିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ହାଲ୍ କର୍ତ୍ତୃପକ୍ଷ ଆନ୍ଦୋଳକାରୀଙ୍କ ସହିତ ଆଲୋଚନା କରିନଥିବା ଜଣାପଡ଼ିଛି। ଉତ୍ତେଜନାକୁ ଦେଖି ବ୍ୟାପକ ଫୋର୍ସ ମୁତୟନ କରାଯାଇଛି।

ଦେଖନ୍ତୁ ଏହି ଭିଡ଼ିଓ-

You might also like