ପ୍ରତିଶ୍ରୁତି ପରେ ହଟିଲା ରାସ୍ତାରୋକ

ସାଲେପୁର: ରୋଗୀ ମୃତ୍ୟୁକୁ ନେଇ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଓସ୍ତମୂଳ ଗାଁରେ ଚାଲିଥିବା ରାସ୍ତାରୋକ ଶେଷରେ ହଟିଛି।  ପ୍ରଶାସନର ପ୍ରତିଶ୍ରୁତି ପରେ ଗତକାଲିଠାରୁ ଚାଲିଥିବା ରାସ୍ତାରୋକ ହଟିଛି।

ସ୍ଥାନୀୟ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ମୃତକଙ୍କ ପରିବାରକୁ ୧୦ହଜାର ଟଙ୍କା ଓ ଦାବି ପୂରଣ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୁ ମୃତଦେହ ଉଠାଇବା ସହ ଆନ୍ଦୋଳନରୁ ଓହରିଛନ୍ତି ପରିବାର ଲୋକେ।

ଚିକିତ୍ସାରେ ଅବହେଳା ଏବଂ ପରିବାରରର ଗୁହାରି ନଶୁଣିବା କାରଣରୁ ଜଣେ କର୍କଟ ରୋଗୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତ ନାବାଳିକା ଜଣଙ୍କ ହେଉଛନ୍ତି ସ୍ଥାନୀୟ ସୁକଲେଶ୍ୱର ଗାଁର ଗୀତାଞ୍ଜଳି ଜେନା।

ମୃତଦେହକୁ  ରାସ୍ତାରେ ରଖି  ପରିବାର ଲୋକେ ଟାୟାର ଜାଳି ଗତକାଲିଠୁ ରାସ୍ତାରୋକ କରିଥିଲେ। ମୃତ୍ୟୁ ପାଇଁ ଡାକ୍ତରଙ୍କ ଅବହେଳା ଆଉ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ମୃତ ନାବାଳିକାର ବାପା ଦାୟୀ କରିଥିଲେ। ଗତ କିଛିଦିନ ହେବ ଗୀତାଞ୍ଜଳି ରକ୍ତ କର୍କଟ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ । ଯେହେତୁ ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କ ନିଜ ନିର୍ବାଚନମଣ୍ଡଳୀ ତେଣୁ ସମ୍ପୃକ୍ତ ନବାଳିକାଙ୍କ ବାପା ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଜଣାଇଥିବା କହିଛନ୍ତି।

ହେଲେ ସ୍ୱାସ୍ଥ୍ୟମନ୍ତ୍ରୀ ଏନେଇ କୌଣସି ପଦକ୍ଷେପ ନ ନେବା ଏବଂ ଏସ୍‌ସିବି ମେଡିକାଲ୍‌ରେ ଡାକ୍ତରଙ୍କ ଅବହେଳା ଏବଂ ଅଧିକ ଚିକିତ୍ସା ନକରି ଘରକୁ ଫେରାଇଦେବାରୁ ତା’ର ମୃତ୍ୟୁ ହୋଇଛି ବୋଲି ପରିବାର ଲୋକେ କହିଛନ୍ତି।

You might also like