ଏମିତି ସ୍ଥାନ, ଯେଉଁଠିକୁ ଯିବା ମୃତ୍ୟୁକୁ ଆମନ୍ତ୍ରଣ କରିବା ସହ ସମାନ

ପୃଥିବୀରେ ଏମିତି ସୁନ୍ଦର ସୁନ୍ଦର ସ୍ଥାନ ଅଛି ଯେଉଁଠିକୁ ବୁଲିବାକୁ ଯିବାକୁ ସମସ୍ତଙ୍କର ଇଚ୍ଛାଥାଏ। ଏହି ସ୍ଥାନଗୁଡିକ ଯେତିକି ସୁନ୍ଦର ସେତିକି କୌତୁହଳପୂର୍ଣ୍ଣ ମଧ୍ୟ। ହେଲେ ଏମିତି କିଛି ସ୍ଥାନ ଅଛି, ଯାହା ଦୂରରୁ ଦେଖିବାକୁ ସୁନ୍ଦର ହୋଇଥାଏ। ହେଲେ ଏଠାକୁ ଯିବା ମୃତ୍ୟୁକୁ ଆମନ୍ତ୍ରଣ କରିବା ସହ ସମାନ ହୋଇଥାଏ। ଆମେ ଆଜି ଏମିତି କିଛି ଭୟଙ୍କର ସ୍ଥାନ ବିଷୟରେ କହିବାକୁ ଯାଉଛୁ, ଯେଉଁଠିକୁ ଯିବାକୁ ଜଣେ ହଜାରେ ଥର ଚିନ୍ତା କରିଥାଏ।

Lake-Natronତାଞ୍ଜାନିଆର ‘ନେଟ୍ରୋନି ହ୍ରଦ’

କୁହାଯାଏ ଏହି ହ୍ରଦ ମଧ୍ୟକୁ ଯିଏ ଯାଇଛି, ଆଉ ଫେରିନାହିଁ। ଯଦି ବିଶ୍ୱାସ ହେଉନାହିଁ ତେବେ ଗୁଗଲରେ ସର୍ଚ୍ଚ କରିପାରିବେ। ହ୍ରଦର ଏକାଧିକ ଫଟୋ ଆପଣ ପାଇଯିବେ। ଯେଉଁଥିରେ ଦେଖିବାକୁ ମିଳୁଛି ହ୍ରଦ କୂଳ ଓ ପାଣି ମଝିରେ ବହୁ ଜୀବ ଛିଡା ହୋଇଛନ୍ତି। ଯେଉଁମାନେ ହ୍ରଦ ମଧ୍ୟକୁ ଯାଇ ମୃତ୍ୟୁବରଣ କରିଛନ୍ତି। ଏହାର ପାଣିରେ Alkali Salt Crust ଥିବାରୁ ଏପରି ସ୍ଥିତି ହୋଇଛି। ଏହା ସଂସ୍ପର୍ଶରେ ଯିଏ ଆସିଥାଏ ତା’ର ମୃତ୍ୟୁ ଘଟିଥାଏ। ଏହାସହ ହାଇଡ୍ରୋଜେନ୍‌ ସଲଫାଇଡର ବାସ୍ନା ଆପଣଙ୍କୁ ଅଧିକ ସମୟ ହ୍ରଦକୁ ଅନାଇବାକୁ ମଧ୍ୟ ଦେବ ନାହିଁ।

Snake_Island_DMSବ୍ରାଜିଲର ‘ନାଗଦ୍ୱୀପ’

ବ୍ରାଜିଲ ନିକଟ ସମୁଦ୍ରରେ ରହିଥିବା ଏହି ଦ୍ୱୀପ ବିଷୟରେ ଶୁଣିଲେ ଆପଣ କୌଣସି ସି-ବିଚ୍‌କୁ ଯିବାକୁ ଡରିବେ। ଏହାର ନାଁ Iha da Queimada Grande। ଏଠାରେ ଅଛନ୍ତି ହଜାର ହଜାର ସଂଖ୍ୟାରେ ବିଷାକ୍ତ ସାପ। କୁହାଯାଏ ଏଠାରେ ପ୍ରତି ପାଦରେ ୫ରୁ ଅଧିକ ବିଶାଳକାୟ ସାପ ଦେଖିବାକୁ ମିଳିଥାଏ। ସୁରକ୍ଷା ଦୃଷ୍ଟିରୁ ବ୍ରାଜିଲ ସରକାର ଏଠାକୁ ପର୍ଯ୍ୟଟକଙ୍କ ଯିବା ବନ୍ଦ କରିଦେଇଛନ୍ତି।

Erta_Aleଇଥିଓପିଆର ଆଗ୍ନେୟଗିରି

ଇଥିଓପିଆର Erta Ale ଆଗ୍ନେୟଗିରି ପୃଥିବୀର ସବୁଠାରୁ ଅଧିକ ସକ୍ରିୟ ବୋଲି କୁହାଯାଇଥାଏ। ଏହି ଅଞ୍ଚଳରେ ଲାଭାର ଦୁଇଟି ଝରଣା ରହିଛି। ଫଳରେ ଏଠାରେ ପ୍ରାୟ ସବୁବେଳେ ଆଗ୍ନେୟଗିରି ଫାଟିଥାଏ। ଏଠାକୁ ଯିବାର ଅର୍ଥ ବାରୁଦ ସୁଡଙ୍ଗରେ ଚାଲିବା ସହ ସମାନ।

lenh-denh-trong-ho-ca-sau-3ଥାଇଲ୍ୟାଣ୍ଡର ‘ଏଲିଫ୍ୟାଣ୍ଟ କିଙ୍ଗଡମ୍‌’

ନାଁରେ ଏହାର ଏଲିଫ୍ୟାଣ୍ଟ ରହିଛି, ହେଲେ ସ୍ଥାନଟି କୁମ୍ଭୀର ଫାର୍ମ ପାଇଁ ପ୍ରସିଦ୍ଧ। ଏହା ଏକ ପର୍ଯ୍ୟଟନ କ୍ଷେତ୍ର। ଏଠାକୁ ପର୍ଯ୍ୟଟକ ଆସି କୁମ୍ଭୀର ଦେଖିବା ସହ ସେମାନଙ୍କୁ ଖାଇବାକୁ ଦେଇଥାନ୍ତି। ହେଲେ ବହୁତ ଥର କୁମ୍ଭୀର ପାଣିରୁ ବାହାରି ଲୋକଙ୍କୁ ଖାଇଯାଇଥାନ୍ତି। ଏଥିପାଇଁ ଯଦି ଏଠାକୁ ଯିବାକୁ ଚାହୁଁଛନ୍ତି, ଶହେ ଥର ଚିନ୍ତା କରିନେବେ।

sinabung-summଇଣ୍ଡୋନେସିଆର ‘ସିନାବୁଙ୍ଗ ଆଗ୍ନେୟଗିରି’

ଏହାର ଆଖପାଖ ଗାଁରୁ ଆପଣ ଏହି ସ୍ଥାନ ବିଷୟରେ ଜାଣିପାରିବେ। କାରଣ ଆପଣ ଯେଉଁଠିକୁ ଚାହିଁବେ କେବଳ ପାଉଁଶ ହିଁ ଦେଖିବାକୁ ପାଇବେ। ଏଠାରେ ନିୟମିତ ଆଗ୍ନେୟଗିରିରୁ ଲାଭା ଉଦଗୀରଣ ହୋଇ ଥଣ୍ଡା ପଡ଼ିବା ପରେ ତାହା ପାଉଁଶରେ ପରିଣତ ହୋଇଥାଏ।

valley-of-death-4ଋଷର ‘ଭ୍ୟାଲି ଅଫ ଡେଥ୍‌’

ଋଷର ଡେଥ୍‌ ଭ୍ୟାଲି ରହିଛି Kamchatka Peninsula ରେ। ଏହି ଉପତ୍ୟାକା ବିଷାକ୍ତ ଗ୍ୟାସ୍‌ରେ ଭରପୂର। ଏଠାରେ ଗଛଲତାଠାରୁ ଆରମ୍ଭ କରି କୌଣସି ଜୀବନସତ୍ତା ଖୋଜିଲେ ବି ପାଇବେ ନାହିଁ। ଯଦି ଏଠାକୁ ଯିବେ ଜ୍ୱରରେ ଆକ୍ରାନ୍ତ ହୋଇଯିବେ।

boliviyaବୋଲିଭିଆର ‘ମଦିଦି ନ୍ୟାସନାଲ ପାର୍କ’

ଏହାକୁ ବିଶ୍ୱର ସବୁଠାରୁ ଭୟଙ୍କର ପାର୍କ କୁହାଯାଇଥାଏ। ଏଠାରେ ବିଷାକ୍ତ ଗଛ ରହିଛି, ଯାହାର ସଂସ୍ପର୍ଶରେ ଆସିଲେ ଆପଣଙ୍କୁ ସଂକ୍ରମଣ ହୋଇଯିବ। ଏହାସହ ମୁଣ୍ଡ ବୁଲାଇବ ଓ ଶରୀର କୁଣ୍ଡେଇ ହେବ।

Death-Valley-3ଆମେରିକାର ‘ଡେଥ୍‌ ଭ୍ୟାଲି’

ଏଠାରେ ବହୁତ ଗରମ ହୋଇଥାଏ। ଏମିତିକି ବେଳେ ବେଳେ ତାପମାତ୍ରା ୫୬.୭ ଡିଗ୍ରୀ ସେଲସିୟସ ପାର କରିଯାଇଥାଏ। ଏଥିପାଇଁ ଏହାକୁ ବିଶ୍ୱର ସବୁଠାରୁ ଅଧିକ ଉତ୍ତପ୍ତ ଅଞ୍ଚଳ ବୋଲି କୁହାଯାଇଥାଏ। ଏଠାରେ ଏତେ ଗରମ ହୋଇଥାଏ ଯେ, ବିନା ପାଣିରେ ଜଣେ ମଣିଷ ମାତ୍ର ୧୪ ଘଣ୍ଟା ହିଁ ବଞ୍ଚିପାରିଥାଏ।

Mount_Washington_chained_buildingଆମେରିକାର ‘ମାଉଣ୍ଟ ୱାସିଂଟନ’

ଏହା ବିଶ୍ୱର ସବୁଠାରୁ ଥଣ୍ଡା ସ୍ଥାନ। ଏଠାରେ ସର୍ବନିମ୍ନ ତାପମାତ୍ରା ମାଇନସ୍‌ ୪୦ ଡିଗ୍ରୀ (-୪୦) ସେଲସିୟସ ପର୍ଯ୍ୟନ୍ତ ଖସି ଯାଇଥାଏ। ବିଶ୍ୱ ରେକର୍ଡରେ ଏହି ସ୍ଥାନର ନାଁ ରହିଛି। ଏଠାରେ ଥରେ ୩୨୭ କିମି ବେଗରେ ପବନ ହୋଇଥିବା ରେକର୍ଡ କରାଯାଇଛି।

bikiniମାର୍ଶଲ ଦ୍ୱୀପର ‘ବିକିନି ଅତୋଲି’

ଦେଖିବାକୁ ଏହି ଦ୍ୱୀପ ବହୁତ ସୁନ୍ଦର। ହେଲେ ଏଠାରେ ବହୁତ ଗୁଡିଏ ନ୍ୟୁକ୍ଲିୟର ପ୍ଲାଣ୍ଟ ରହିଛି। ଏହି କାରଣରୁ ଏହା ରେଡିଓଆକ୍ଟିଭ ମଇଳାରେ ଭରି ରହିଛି। ବାରମ୍ବାର ଏଠାରେ ହେଉଥିବା ଟେଷ୍ଟ କାରଣରୁ ସ୍ଥାନୀୟ ଲୋକଙ୍କୁ ଘରଦ୍ୱାର ଛାଡିବାକୁ ପଡ଼ିଥାଏ। ଏହାକୁ ଜୀବିତ ପ୍ରାଣୀଙ୍କ କବର ଗୃହ କୁହାଯାଇଥାଏ। ଏଠାରେ ରେଡିଏସନ କାରଣରୁ ଲୋକେ କ୍ୟାନସରର ଶିକାର ହୋଇପାରନ୍ତି। ଏଥିପାଇଁ ଏଠାରେ କେହି ରହିବାକୁ ପସନ୍ଦ କରିନଥାନ୍ତି।

ଆହୁରି ପଢ଼ନ୍ତୁ

ବୁଲା କୁକୁରଙ୍କ ପ୍ରେମରେ ବନ୍ଧା ସସ୍ମିତା

ରାସ୍ତା କଡର ମଣିଷଙ୍କୁ ଖିଅର କରୁଛନ୍ତି, ଗାଧୋଇ ଦେଉଛନ୍ତି ଶିକ୍ଷିତ ଯୁବଗୋଷ୍ଠୀ

ଆଇସ୍‌କ୍ରିମ୍‌ କାଠିରେ ତିଆରି ହେଇଛି ମା’ ଦୁର୍ଗାଙ୍କ ପ୍ରତିମୂର୍ତ୍ତି

ପାନ ଦୋକାନୀଙ୍କ ପୁଅ ହେବେ ବୈଜ୍ଞାନିକ

ଉତ୍ତର କୋରିଆ ଜେଲ୍‌ରେ ଏମିତି ଦଣ୍ଡ ପାଆନ୍ତି କଏଦି

ଦିଆସିଲି କାଠିରେ ଯୁବକ ତିଆରି କଲେ କାଳିଆ ମୂର୍ତ୍ତି

ଚାକିରିଆ ଦମ୍ପତିଙ୍କୁ ଘାରିଛି ଚାଷ ନିଶା

ଉତ୍ତର କୋରିଆକୁ ୟେଲୋ ଡଷ୍ଟ୍ ଭୟ

ମ୍ୟାଜିକ୍‌ ଚାଉଳ ଚାଷ କରନ୍ତି ଏହି ଚାଷୀ, ଥଣ୍ଡା ପାଣିରେ ପକେଇଲେ ହୋଇଯିବ ଭାତ

ଫ୍ରି ଟ୍ରି: ଯେଉଁଠି ଗରିବଙ୍କ ପାଇଁ ଲୋକମାନେ ଛାଡିଯାଆନ୍ତି ଦରକାରୀ ଜିନିଷ

ଆଶ୍ଚର୍ଯ୍ୟ ! ଅନ୍‌ଲାଇନ୍‌ରେ ଅର୍ଡର କଲେ ବର୍ଗର, ଆସିଲା ସସ୍‌ ପ୍ୟାକେଟ୍

କରୋନାରେ ମୃତ ବ୍ୟକ୍ତିଙ୍କ ଅଟୋପ୍ସି ରିପୋର୍ଟରେ ଆସିଲା ଚମକାଇ ଦେଲା ଭଳି ତଥ୍ୟ

You might also like