ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ଶେଷ

ପୁରୀ  : ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ। ବୈଠକ ପରେ ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର କହିଛନ୍ତି, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ତଦନ୍ତ କରୁଥିବା ଜିଲ୍ଲା ଜଜଙ୍କୁ ସବୁ ତଥ୍ୟ ଦିଆଯିବ। ଦାନ ଅର୍ଥ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁପାଳନ ହେବ।

ଶ୍ରୀମନ୍ଦିର ପରିସର ୨୩ଟି ଜାଗାରେ ସିସିଟିଭି ଲଗାଯିବାକୁ ନିଷ୍ପତ୍ତି ଓ ସୁପ୍ରିମକୋର୍ଟରେ କଣ ସତ୍ୟପାଠ ଦିଆଯିବ ସେନେଇ ଆଲୋଚନା ହେବ। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ହୋଇଥିବା ଏହି  ବୈଠକରେ ନୂଆ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର, ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ, ଏସ.ପି. ସାର୍ଥକ ଷଡଙ୍ଗୀଙ୍କ ସମେତ ପରିଚାଳନା କମିଟିର ସମସ୍ତ ସଦସ୍ୟ ଯୋଗ ଦେଇଥିଲେ।

You might also like