ରାଜ୍ୟରେ ଆହୁରି ବଢିବ ତାତି
ଭୁବନେଶ୍ୱର: ରାଜ୍ୟରେ ଆହୁରି ବଢିବ ତାତି। ଏଭଳି ପୁର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର।
ଓଡିଶା ଉପରେ ପବନର ଗତି ପରିବର୍ତ୍ତନ ହେଉଛି। ପୂର୍ବରୁ ଓଡିଶା ଉପରକୁ ଉତ୍ତର ଦିଗରୁ ପବନ ବହୁଥିବା ବେଳେ ଏବେ ଦକ୍ଷିଣ ଦିଗରୁ ପବନ ପ୍ରବାହିତ ହେଉଛି।
ଯାହା ରାଜ୍ୟରେ ତାତି ବଢାଇବାରେ ସହାୟକ ହେବ ବୋଲି କହିଛି ପାଣିପାଗ ବିଭାଗ କେନ୍ଦ୍ର।