ଆଶ୍ଚର୍ଯ୍ୟ: ବ୍ରେନ୍‌ ସର୍ଜରୀ ବେଳେ ଗୀଟାର ବଜାଇଲେ ଯୁବକ

ବାଙ୍ଗାଲୁରୁ : ମେଡିକାଲରେ କୌଣସି ଅପରେସନ ହେବାର କଥା ଶୁଣିଲେ ନିଶ୍ଚୟ ମନରେ ଭୟ ଆସୁଥିବ। ଡାକ୍ତରମାନେ ଅପରେସନ କରୁଥିବାର ଭିଡ଼ିଓ ଦେଖିଲେ ଦେହ ଥରି ଯାଏ। ଆଉ ସବୁଠୁ କଠିନ କାମ ହୋଇଥାଏ ବ୍ରେନ୍‌ ସର୍ଜରୀ। ଏହି ସର୍ଜରୀ ବେଳେ ରୋଗୀର ଅବସ୍ଥା ଖୁବ୍‌ ସଙ୍କଟାପନ୍ନ ଥାଏ ଆଉ ବିପଦ ମଧ୍ୟ। କାରଣ ଟିକିଏ ଏପଟ ସେପଟ ହୋଇଗଲେ, ଜୀବନ ଯାଇପାରେ।

କିନ୍ତୁ ଏବେ ଏମିତି ଏକ ଘଟଣା ସାମନାକୁ ଆସିଛି, ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ବ୍ରେନ୍‌ ସର୍କିଟ୍‌ ସର୍ଜରୀ ବେଳେ ଜଣେ ବ୍ୟକ୍ତି ଗୀଟାର ବଜାଉଥିବାର ଖବର ଏବେ ଖୁବ୍‌ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ଅନୁସାରେ, ବାଂଲାଦେଶର ୩୧ ବର୍ଷୀୟ କମ୍ପୁଟର ଇଞ୍ଜିନିୟର ତସକିନ୍‌ ଅଲୀ ଏକ ନ୍ୟୁରୋଲଜିକଲ୍‌ ଡିସ୍‌ଅର୍ଡର କାରଣରୁ ବାଙ୍ଗାଲୁରୁରେ ଅପରେସନ୍‌ ହେଉଥିଲେ। ୨ଘଣ୍ଟାର ଏହି ବ୍ରେନ୍‌ ଅପରେସନ ବେଳେ କମ୍ପୁଟର ଇଞ୍ଜିନିୟର ଜଣଙ୍କ  ଅପରେସନ ବେଡ୍‌ରେ ଗୀଟାର ବଜାଉଥିଲେ। ଆଉ ଡାକ୍ତରମାନେ ଅପରେସନ୍‌ କରୁଥିଲେ।

ଏହି ବ୍ରେନ୍‌ ଅପରେସନ୍‌ ସମୟର ଭିଡ଼ିଓ ଏବେ ଭାଇରାଲ୍‌ ସାଜିଛି। ଆଉ ବ୍ୟକ୍ତିଙ୍କର ସାହସକୁ ସମସ୍ତେ ତାରିଫ କରୁଛନ୍ତି। ଗୀଟାର ବଜାଇବାରେ ନିଜର ସଉକ୍‌ ରଖିଥିବା ଏହି ବ୍ୟକ୍ତି ଜଣଙ୍କ ଗୀଟାର ବଜାଇ ନିଜକ କଷ୍ଟକୁ ଭୁଲିଯାଇଛନ୍ତି।

 

 

You might also like
Comments
Loading...