ଆସନ୍ତା ୨୬ରେ ଆନ୍ଦୋଳନକୁ ଓହ୍ଲାଇବେ ସ୍କୁଲ ଶିକ୍ଷକ ମିଳିତ ମଞ୍ଚ
ଭୁବନେଶ୍ୱର: ଆସନ୍ତା ୨୬ ତାରିଖରେ ମହାସଂଗ୍ରାମ କରିବ ଓଡିଶା ସ୍କୁଲ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ। ବାରମ୍ବାର ଆନ୍ଦୋଳନ ପରେ ଦାବି ପୁରଣ ନେଇ ସରକାର ପ୍ରତିଶୃତି ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇନାହାନ୍ତି।
ଦାବି ପୂରଣ ନହେବାରୁ ପ୍ରତିବାଦ କରି ରାଜ୍ୟର ୫୭ଟି ମାଟ୍ରିକ ଖାତା ମୂଲ୍ୟାୟନ କେନ୍ଦ୍ର ସମ୍ମୁଖରେ ବିଗତ ୩ ଦିନ ଧରି ଧାରଣାରେ ବସିଛନ୍ତି କର୍ମଚାରୀ। ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲ ସମ୍ମୁଖରେ ଧାରଣା ବେଳେ ପୋଲିସ ପକ୍ଷରୁ ମାଡମରାକୁ ବି ବିରୋଧ କରିଛି ମଞ୍ଚ ।
ବ୍ଲକ ଗ୍ରାଣ୍ଟ ସମ୍ପୂର୍ଣ୍ଣ ଉଚ୍ଛେଦ, ସତ୍ୟପାଠ ନଦେବା ସହିତ ଚାକିରୀ ସର୍ତ୍ତାବଳୀ ପ୍ରଦାନ ଭଳି ଦାବି କରିଛି ମଞ୍ଚ। ତେବେ ଏନେଇ ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।