ଖାତା ଦେଖିବେନି ସାରେ

ଭୁବନେଶ୍ୱର: ପରୀକ୍ଷା ଖାତା ଦେଖିବେନି ଶିକ୍ଷକ। ମାଟ୍ରିକ ଓ ଯୁକ୍ତ ୨ ଖାତା ନଦେଖିବାକୁ ନିଷ୍ପତ୍ତି ନେଇଛି ଶିକ୍ଷକ ସଂଘ। ସରକାରୀ ବିଜ୍ଞପ୍ତି ପ୍ରକାଶରେ ବିଳମ୍ବ ପ୍ରତିବାଦରେ ଖାତାଦେଖା ବର୍ଜନ ପାଇଁ ସଂଘ ନିଷ୍ପତ୍ତି ନେଇଛି। ଗ୍ରାଣ୍ଟ ଇନ୍ ଏଡ୍ ପାଇଁ ସତ୍ୟପାଠ ଦାଖଲକୁ ବିରୋଧ କରିବା ସହ ସତ୍ୟପାଠ ଉଚ୍ଛେଦ ନେଇ ଗତ ୮ ତାରିଖ ସୁଦ୍ଧା ବିଜ୍ଞପ୍ତି ପ୍ରକାଶ କରିବାକୁ ପ୍ରତିଶ୍ରୁତି ମିଳିଥିଲା। ତେବେ ଏପର୍ଯ୍ୟନ୍ତ ବିଜ୍ଞପ୍ତି ପ୍ରକାଶ ପାଇନଥିବାରୁ ଏହାର ପ୍ରତିବାଦରେ ମୂଲ୍ୟାୟନ ବର୍ଜନ କରିବାକୁ ସଂଘ ନିଷ୍ପତ୍ତି ନେଇଛି। ଏନେଇ ୬୬୨ ବର୍ଗ କଲେଜ ଶିକ୍ଷକ ସଂଘ ସଭାପତି ଗୋଲକ ନାୟକ ସୂଚନା ଦେଇଛନ୍ତି।

You might also like