ଆସନ୍ତାକାଲିଠୁ ମାଟ୍ରିକ ଖାତା ଦେଖା : ଆଜିଠୁ ସ୍କୁଲ ଏବଂ କଲେଜ ଶିକ୍ଷକ ମିଳିତ ମଞ୍ଚର ଆନ୍ଦୋଳନ

ଭୁବନେଶ୍ୱର : ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା ଖାତା ଦେଖା। ତେବେ ଏହାକୁ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ସ୍କୁଲ ଓ କଲେଜ ଶିକ୍ଷକ ମିଳିତ ମଞ୍ଚ।  ତାସହ ରାଜ୍ୟବ୍ୟାପି ମୂଲ୍ୟାୟନ କେନ୍ଦ୍ର ଗୁଡ଼ିକ ସାମ୍ନାରେ ସ୍କୁଲ ଏବଂ କଲେଜ ଶିକ୍ଷକ ମିଳିତ ମଞ୍ଚର ସଦସ୍ୟ ମାନେ ଧାରଣା ଦେଇଛନ୍ତି।

ମୂଲ୍ୟାୟନ ପାଇଁ ଆସୁଥିବା ଶିକ୍ଷକଙ୍କୁ ମୂଲ୍ୟାୟନ କେନ୍ଦ୍ର ଭିତରକୁ ଛଡ଼ାଯାଉନି। ଫଳରେ ଏକପ୍ରକାର ଅଡୁଆ ପରିସ୍ଥିତି ଦେଖାଦେଇଛି। ଭୁବନେଶ୍ୱର ସମେତ କଟକ, ଜଗତସିଂପୁର, ପୁରୀ, ସମ୍ବଲପୁର, ବଲାଙ୍ଗିର ଆଦି ବିଭିନ୍ନ ଜିଲ୍ଲାରେ ମୂଲ୍ୟାୟନ କେନ୍ଦ୍ର ଗୁଡ଼ିକ ସାମ୍ନାରେ ଧାରଣା ଦେଇଛନ୍ତି ସ୍କୁଲ ଓ କଲେଜ ଶିକ୍ଷକ ମିଳିତ ମଞ୍ଚର ସଦସ୍ୟ। ସେମାନଙ୍କ ଦାବି ସତ୍ୟପାଠ ଉଚ୍ଛେଦ ସହ ଅନ୍ୟ ଦାବି ପୂରଣ ପାଇଁ ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ କରାଯାଇନାହିଁ। ଦାବି ପୂରଣ ନହେବା ପର୍ଯ୍ୟନ୍ତ ସେମାନେ ଖାତା ଦେଖିବେ ନାହିଁ ବୋଲି ଚେତାବନୀ ଶୁଣାଇଛନ୍ତି।

ସେପଟେ ମାଟ୍ରିକ ମୂଲ୍ୟାୟନକୁ ଶିକ୍ଷକ ସଂଘର ବିରୋଧ ପ୍ରସଙ୍ଗରେ ଆଜି ପ୍ରତିକ୍ରିୟା ରଖିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର। ସେ କହିଛନ୍ତି ଯେ, ରାଜ୍ୟ ସରକାର ଏବେ ବି ବିଶ୍ୱାସ ରଖିଛନ୍ତି ଶିକ୍ଷକ ସହଯୋଗ କରିବେ। ଅସହଯୋଗ କଲେ ସରକାରଙ୍କ ପାଖରେ ବିକଳ୍ପ ବ୍ୟବସ୍ଥା ଅଛି। ଅନ୍ୟ ଶିକ୍ଷକ ଖାତା ଦେଖିବେ, ଠିକ୍ ସମୟରେ ଫଳ ବାହାରିବ। କାର୍ଯ୍ୟାନୁଷ୍ଠାନ ନେଇ ପରବର୍ତ୍ତୀ ସମୟରେ ସରକାର ଚିନ୍ତା କରିବେ ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର।

ଦେଖନ୍ତୁ ଏହି ଭିଡ଼ିଓ-

ଆହୁରି ପଢ଼ନ୍ତୁ

ପରଲୋକରେ ‘ଜହ୍ନମାମୁଁ’ ପତ୍ରିକାର ପ୍ରସିଦ୍ଧ କାର୍ଟୁନିଷ୍ଟ କେ.ସି ଶିବଶଙ୍କର

ପାନ ଖାଇ ଶ୍ରୀମନ୍ଦିରକୁ ଯାଇପାରିବେନି; ଧରା ପଡ଼ିଲେ ଗଣିବେ ଫାଇନ୍‌

ଗାନ୍ଧି ଜୟନ୍ତୀରୁ ବିଜେଡିର କୋଭିଡ୍ ମହାମାରୀ ସଚେତନତା ଅଭିଯାନ

ବିଜୁଳି ଦର ବୃଦ୍ଧି ନେଇ ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍‌

ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ର କପିକୁ ଚିରି ଦେଲେ ତାରା

ଗୃହରେ କୋଭିଡ ତାତି; କଂପାନୀଙ୍କୁ ବ୍ଲାଙ୍କ୍ ଚେକ୍ କାହିଁକି ଦିଆଯାଇଥିଲା ବୋଲି ପ୍ରଶ୍ନ କଲା ବିରୋଧୀ

ରାଜ୍ୟରେ ୩୮୯୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ; ମୋଟ ସୁସ୍ଥ ସଂଖ୍ୟା…

କମିବ ଘରୋଇ ସ୍କୁଲ୍‌ ଫି !

ଭୁବନେଶ୍ୱରରୁ ୩୨୯ ପଜିଟିଭ ଚିହ୍ନଟ ଓ ୩୯୫ ସୁସ୍ଥ

ହାଇକୋର୍ଟରେ ମାମଲା ଦାୟର କଲେ ସମ୍ବିତ ପାତ୍ର

୫୪ ସିଟ୍ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କଲେ ଇସି

କରୋନା ସଂକ୍ରମଣ ଭିତରେ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ

You might also like