ଏନଡିଏ ମେଣ୍ଟରୁ ଓହରିଲା ତେଲୁଗୁ ଦେଶମ ପାର୍ଟି

ନୂଆଦିଲ୍ଲୀ: କେନ୍ଦ୍ରରେ କ୍ଷମତାସୀନ ଏନଡିଏ ମେଣ୍ଟରୁ ଓହରିଲା ତେଲୁଗୁ ଦେଶମ ପାର୍ଟି। ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାରେ କେନ୍ଦ୍ର ସରକାରଙ୍କ ଉଦାସୀନତା ପ୍ରତିବାଦରେ ଏଭଳି ନିଷ୍ପତ୍ତି ନେଇଛନ୍ତି ଟିଡିପି ମୁଖ୍ୟ ତଥା ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ।

କେନ୍ଦ୍ର ସରକାରରେ ଥିବା ପାର୍ଟିର ଦୁଇ ମନ୍ତ୍ରୀ ଅଶୋକ ଗଜପତି ରାଜୁ ଓ ଓ୍ୱାଇ. ଏସ୍ ଚୌଧୁରୀ ଆଜି ଇସ୍ତଫା ଦେବେ। ଅଶୋକ ଗଜପତି କେନ୍ଦ୍ରରେ ବେସାମରିକ ବିମାନ ଉଡ୍ଡୟନ ମନ୍ତ୍ରୀ ଓ ଓ୍ୱାଇ. ଏସ୍. ଚୌଧୁରୀ ବିଜ୍ଞାନ ଓ ଜ୍ଞାନକୌଶଳ ମନ୍ତ୍ରୀ ଅଛନ୍ତି।

ଅମରାବତୀରେ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ଚନ୍ଦ୍ରବାବୁ କହିଛନ୍ତି, କେନ୍ଦ୍ର ସରକାର ତାଙ୍କ ପ୍ରତିଶ୍ରୁତି ରଖିବାରେ ବିଫଳ ହୋଇଛନ୍ତି। କେନ୍ଦ୍ର ସରକାରଙ୍କ ଠାରୁ ତାଙ୍କ ଦଳର ଅନେକ ଆଶା ଥିଲା। ଆନ୍ଧ୍ରପ୍ରଦେଶ ସହ ନ୍ୟାୟ ହେବ ବୋଲି ଭାବିଥିଲୁ କିନ୍ତୁ ଦୁଖର ବିଷୟ ଆନ୍ଧ୍ରକୁ ନେଇ କେନ୍ଦ୍ରର ମନୋଭାବ ପରିବର୍ତ୍ତନ ହୋଇ ପାରିଲାନି। ବିଜେପି ସେମାନଙ୍କ ସହ ବିଶ୍ୱାସଘାତକ କରିଛି ବୋଲି ନାଇଡୁ କହିଛନ୍ତି।

ଗତକାଲି ମଧ୍ୟ ସଂସଦ ଭବନ ପରିସରରେ ଦଳର ସାଂସଦ ମାନେ ଧାରଣା ଦେଇଥିଲେ। କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ସାମ୍ବାଦିକ ସମ୍ମିଳନୀର କିଛି ଘଣ୍ଟା ଭିତରେ ଏଭଳି ନିଷ୍ପତ୍ତି ନେଇଛନ୍ତି ନାଇଡୁ। ଆନ୍ଧ୍ରର ସ୍ୱତନ୍ତ୍ର ରାଜ୍ୟ ପାହ୍ୟା କିମ୍ବା ଟିକସ ଛାଡ଼ ଦାବିକୁ ପୂରଣ କରିହେବନି ବୋଲି ଜେଟଲୀ ସ୍ପଷ୍ଟ କରିଥିଲେ।

ଆହୁରି ପଢ଼ନ୍ତୁ

ଲଦାଖରେ ବଡ଼ ଧରଣର ଭୂକମ୍ପ

୧୬ ବର୍ଷର ଝିଅ ଆକାଉଣ୍ଟରେ ୧୦ କୋଟି ଟଙ୍କା !

ସାଧାରଣ ଲୋକଙ୍କୁ ଦିଆଗଲା ଋଷ ଭାକ୍ସିନ୍‌ ‘ସ୍ପୁଟନିକ ଭି’

ଏନ୍‌କାଉଣ୍ଟରରେ ଦୁଇ ଲସ୍କର ଆତଙ୍କୀ ନିହତ

Bihar Election 2020 Date:୩ଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ, ଭୋଟ୍‌ ଗ୍ରହଣ ସମୟ ସୀମା ୧ ଘଣ୍ଟା ବୃଦ୍ଧି

ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଦକ୍ଷିଣ କୋରିଆ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିବା ପରେ ଜାଳିଦେଲେ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ଭାରତରେ Harley-Davidsonର ପ୍ରଡକ୍ଟ ଓ ସେଲ୍ ବନ୍ଦ

ଗଲୱାନ ସଂଘର୍ଷରେ କେତେ ସୈନିକଙ୍କୁ ହରାଇଛି, ହିସାବ ଦେଲା ଚୀନ

୧୨ ବର୍ଷର ନାବାଳକଙ୍କ ସମେତ ୩ ଜଣଙ୍କ ଉପରେ ଚଢ଼ିଗଲା ବସ୍‌

କୃଷି ବିଲ୍‌ ବିରୋଧରେ ଚାଷୀଙ୍କ ‘ଭାରତ ବନ୍ଦ’ ଡାକରା ଆଜି

You might also like