ଗିରଫ ହେଲେ ଅଭିନେତ୍ରୀ ; ବେଶ୍ୟାଳୟ ଚଳାଉଥିଲେ

ଚେନ୍ନାଇ : ଲୋକପ୍ରିୟ ତାମିଲ୍ ଅଭିନେତ୍ରୀ ସଂଗୀତା ବାଲାନ ଗିରଫ। ବେଶ୍ୟାଳୟ ଚଳାଉଥିବା ଅଭିଯୋଗରେ ପୁଲିସ୍ ତାଙ୍କୁ ଗିରଫ କରିଛି। ଚେନ୍ନାଇର ଇଷ୍ଟ୍ କୋଷ୍ଟ୍ ରୋଡରେ ଥିବା ରିସର୍ଟରେ ପୁଲିସ୍ ଚଢ଼ାଉ କରିଥିଲା।ଚଢ଼ାଉ ବେଳେ ଭିନ୍ନ ଭିନ୍ନ ରାଜ୍ୟର କିଛି ମହିଳା ବିଶେଷ କରି ଉତ୍ତର ଭାରତୀୟ ମହିଳାଙ୍କୁ ଉଦ୍ଧାର କରାଯାଇଛି।

ସଂଗୀତାଙ୍କୁ ଏହି ମାମଲାରେ ସହଯୋଗ କରୁଥିବା ଅଭିଯୋଗରେ ତାଙ୍କର ଜଣେ ସହଯୋଗୀ ସତୀଶଙ୍କୁ ମଧ୍ୟ ପୁଲିସ୍ ଗିରଫ କରିଛି। ସେ ଟିଭି ଓ ଫିଲ୍ମରେ ରୋଲ୍‌ ଦେବାକୁ କହି ସୁନ୍ଦରୀ ଯୁବତୀମାନଙ୍କୁ ଆଣୁଥିଲେ। ଚେନ୍ନାଇର ଏକ ପ୍ରାଇଭେଟ ରିସର୍ଟରେ ସଂଗୀତା ଏହି ବ୍ୟବସାୟ ଚଳାଉଥିଲେ ବୋଲି ଜାଣିବାକୁ ମିଳିଛି।

ସନ୍ ଟିଭିରେ ପ୍ରସାରିତ ‘ବାନି ରାନି’ରେ ଦର୍ଶକ ଅଭିନେତ୍ରୀ ସଂଗୀତାଙ୍କୁ ଦେଖିବାକୁ ପାଇଥିଲେ। ସଂଗୀତା ବାଲାନ୍ ୧୯୯୬ ମସିହାରେ ତାମିଲ୍ ଚଳଚ୍ଚିତ୍ର ‘କରୁପୁ ରୋଜା’ରୁ ନିଜ ଅଭିନୟ ଜୀବନ ଆରମ୍ଭ କରିଥିଲେ। ତାହା ପରେ ପରେ ସେ ଅନେକ ଗୁଡ଼ିଏ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।

ଆହୁରି ପଢ଼ନ୍ତୁ

You might also like