ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଯାଇ ମାଡ଼ ଖାଇଲେ ସ୍ୱାମୀ ଅଗ୍ନିବେଶ  

ନୂଆଦିଲ୍ଲୀ: ସାମାଜିକ କର୍ମୀ ସ୍ୱାମୀ ଅଗ୍ନିବେଶ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଯାଉଥିବା ବେଳେ ,ଦୀନ ଦୟାଲ ଉପାଧ୍ୟାୟ ମାର୍ଗ ନିକଟରେ କିଛି ଲୋକ ତାଙ୍କୁ ଆକ୍ରମଣ କରିଛନ୍ତି । ତାଙ୍କୁ ଗୋଡ଼ାଇ ଗୋଡ଼ାଇ ମାଡ଼ ମରାଯାଉଥିବାର ଦୃଶ୍ୟ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

ଏହି ଘଟଣା ପରେ ଗଣାମାଧ୍ୟମକୁ ସୂଚନା ଦେଇ ଅଗ୍ନିବେଶ କହିଛନ୍ତି, “ଅଟଳଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଯାଉଥିବା ବେଳେ ପୁଲିସ୍‌ ଉପସ୍ଥିତିରେ ହିଁ ଭାରତୀୟ ଜନତା ପାର୍ଟିର କର୍ମୀମାନେ ମୋତେ ଆକ୍ରମଣ କରିଥିଲେ। ପୁଲିସ୍‌ ଘଟଣାସ୍ଥଳରେ ଉପସ୍ଥିତ ଥିବାରୁ ଏବେ ନିଜ ଆଡ଼ୁ ମାମଲା ରୁଜୁ କରି ଦୁର୍ବୃତ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର। ”

ସେ ମଧ୍ୟ ଆହୁରି କହିଛନ୍ତି, “ ମୁଁ ଅଟଳଜୀଙ୍କ ବାସଭବନକୁ ଅନ୍ତିମ ଦର୍ଶନ ପାଇଁ ଯାଇପାରି ନଥିବାରୁ ବିଜେପି ମୁଖ୍ୟାଳୟକୁ ଯାଉଥିଲି। ଏନେଇ କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ସହ କଥା ମଧ୍ୟ ହୋଇଥିଲି। ହେଲେ, କିଛି ଲୋକ ମୋ କାର୍‌କୁ ଆଇଟିଓ ଗେଟ୍‌ ପାଖରେ ଅଟକାଇ ମୋତେ ବିଧା ଓ ଗୋଇଠା ମାରିଥିଲେ।”

ଦେଖନ୍ତୁ ଏହି ଭିଡିଓ –

You might also like