ପ୍ରହସନ ପାଲଟିଛି ସ୍ୱଚ୍ଛ ଭାରତ ମିଶନ

ମୟୁରଭଞ୍ଜ: ପ୍ରହସନ ପାଲଟିଛି ସ୍ୱଚ୍ଛ ଭାରତ ମିଶନ। ଦୀର୍ଘ ୩ ବର୍ଷ ହେଲା ମୟୁରଭଞ୍ଜ  ଜିଲ୍ଲାର ଖଡ଼ିଆଶୁଳ ଗାଁର ଘରେ ଘରେ ପାଇଖାନା ନିର୍ମାଣ ହୋଇଛି। ହେଲେ ପାଣି ସମସ୍ୟା ଲାଗି ତାହା ବ୍ୟବହାର ହୋଇ ନ ପାରି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି। କେଉଁଠି କବାଟ ଭାଙ୍ଗି ଗଲାଣି ତ ଆଉ କେଉଁଠି କୁଢ଼ କୁଢ଼ ଆବର୍ଜନା ଗଦା ହୋଇଛି।

ଖାଲି ସେତିକି ନୁହେଁ ପିଇବା ପାଣି ଟୋପାଏ ପାଇଁ ମଧ୍ୟ ଗାଁ ଲୋକେ ଛଟପଟ ହେଉଛନ୍ତି। ଗାଁର ୩୦୦ ଖଡିଆ ପରିବାରଙ୍କ ପାଇଁ ଥିବା ଏକମାତ୍ର ନଳକୂଅ ଏବେ ଅଚଳ ହୋଇ ପଡ଼ିଛି। ଫଳରେ ଦୁଇ କିଲୋମିଟର ଦୂରରେ ଥିବା ନାଳର ଝରଣା ପାଣି ପିଉଛନ୍ତି ଲୋକେ। ପାଣି ପାଇଁ ଅହରହ ସଂଘର୍ଷ କରୁଛନ୍ତି ଗାଁ ଲୋକେ। ଏମିତିରେ ସ୍ୱଚ୍ଛ ଭାରତ ମିଶନ କିପରି ଚାଲିଥିବା ତାହା ସ୍ପଷ୍ଟ ଅନୁମେୟ।

ସେପଟେ ପାନୀୟ ଜଳ ସମସ୍ୟା ଲାଗି ସ୍ୱଚ୍ଛ ଭାରତ ମିଶନ ଫେଲ ମାରିଥିବା କଥାକୁ ସ୍ୱୀକାର କରିଛନ୍ତି ଆରଡବ୍ଲୁଏସଏସର କନିଷ୍ଠ ଯନ୍ତ୍ରୀ ସସ୍ମିତା ପତି। ତେବେ ଖୁବ ଶୀଘ୍ର ସମସ୍ୟାର ସମାଧାନ ଲାଗି ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

 

ଆହୁରି ପଢ଼ନ୍ତୁ

କାହିଁକି ଦେବୀଙ୍କ ଘରେ ପଶିଲା CBI ?

ଭିନ୍ନ ଭିନ୍ନ ନମ୍ବର ପ୍ଲେଟ୍‌ ବ୍ୟବହାର କରାଯାଇ ବୋଲେରୋରେ ଏମିତି ଚାଲାଣ ହେଉଥିଲା ଗଞ୍ଜେଇ

ବିଜେଡି ନେତା ଦେବୀ ମିଶ୍ରଙ୍କ ଘରେ CBI ରେଡ୍‌

ପ୍ରକାଶ ପାଇଲା +୨ ପାଇଁ ପ୍ରଥମ କଟ୍ ଅଫ୍ ମାର୍କ

Corona Deaths in Odisha: ୨୪ ଘଣ୍ଟାରେ ଆଖି ବୁଜିଲେ ୧୩ କରୋନା ଆକ୍ରାନ୍ତ

ଦିନକରେ ଓଡ଼ିଶାରେ ୪,୧୮୦ କରୋନା ଆକ୍ରାନ୍ତ‌ ଚିହ୍ନଟ: ଖୋର୍ଦ୍ଧାରୁ ୬୮୮, କଟକରୁ ୪୯୨

ପୁରୀରେ ଚିନ୍ତା ବଢ଼ାଉଛି କରୋନା: ୮ ଦିନରେ ଦୁଇଗୁଣା ହେଲା ମୃତ୍ୟୁ ସଂଖ୍ୟା

ଟ୍ୱିନ୍‌ସିଟିରେ ଆକ୍ସନ ମୋଡ୍‌ରେ ପୋଲିସ୍: ସାବାଡ୍‌ ହେଉଛନ୍ତି କୋଭିଡ୍ ନିୟମ ଉଲ୍ଲଂଘନକାରୀ

‘ଓଡ଼ିଶା ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଉଚ୍ଚତାରେ ହିଁ ନିର୍ମାଣ ହେବ ମା’ ଦୁର୍ଗାଙ୍କ ପ୍ରତିମୂର୍ତ୍ତି’

ଓଡ଼ିଶାରେ ଅତି ଭୟଙ୍କର ହେଲାଣି ଗୋଷ୍ଠୀ ସଂକ୍ରମଣ

ରାଜ୍ୟରେ ହଜାରେ କରୋନା ଆକ୍ରାନ୍ତଙ୍କୁ ପ୍ଲାଜମା ଥେରାପିରେ ଚିକିତ୍ସା

ଆମେରିକାରେ ଜଲୱା ଦେଖାଲେ ଓଡ଼ିଆ ପୁଅ

You might also like