୧୪ ମିନିଟ୍‌ ପାଇଁ ନିଖୋଜ ହୋଇଗଲା ସୁଷମାଙ୍କ ବିମାନ

ନୂଆଦିଲ୍ଲୀ: ହଠାତ୍‌ ନିଖୋଜ ହୋଇଗଲା ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ପ୍ଲାଇଟ୍‌। ଆଉ ଏହି ଘଟଣା ଜଣାପଡ଼ିବା ପରେ ସମସ୍ତେ ଭୟଭୀତ ହୋଇଯାଇଥିଲେ। ତେବେ କିପରି ନିଖୋଜ ହେଲା, କେଉଁଠି ହେଲା ଓ ଏହା ପଛର କାରଣ କ’ଣ ଜାଣିବା ପାଇଁ ପଢ଼ନ୍ତୁ ପୂରା ଘଟଣା….

ସୁଷମା ସ୍ୱରାଜଙ୍କୁ ନେଇ ମରିସସ୍‌ ଯାଉଥିବା ଭାରତୀୟ ବାୟୁ ସେନାର ଏକ ବିମାନ ସହ ଗତକାଲି ୧୪ ମିନିଟ୍‌ ପର୍ଯ୍ୟନ୍ତ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ ସହିତ ସମସ୍ତ ସମ୍ପର୍କ ଛିନ୍ନ ହୋଇଥିଲା। ଫଳରେ ଏହି ଘଟଣାକୁ ନେଇ ସମସ୍ତେ ଭୟଭୀତ ହୋଇଯାଇଥିଲେ। ତେବେ ଠିକ୍‌ ୧୪ ମିନିଟ୍‌ ପରେ ବିମାନଟି ସୁରକ୍ଷିତ ଭାବେ ଲ୍ୟାଣ୍ଡ୍‌ ଅର୍ଥାତ୍‌ ଅବତରଣ କରିଥିଲା।

ସୂଚନା ଅନୁସାରେ, ଫ୍ଲାଇଟ୍‌ IFC 31 ମରିସସ୍‌ ଏୟାରସ୍ପେସ୍‌ରେ ପ୍ରବେଶ କରିବା ପରେ ମରିସସ୍‌ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ ସହିତ କୌଣସି ଯୋଗାଯୋଗ କରିନଥିଲେ। ମାତ୍ର ମାଳଦ୍ୱୀପ ଅତିକ୍ରମ ସମୟରେ ବିମାନ ସହ ଯୋଗାଯୋଗ ହୋଇଥିବା ବେଳେ ମରିସସ୍‌ ଏୟାରପୋର୍ଟ ଅଧିକାରୀଙ୍କ ସହ ଏହା କୌଣସି ଯୋଗାଯୋଗ ହୋଇଥିବା ଜଣାପଡ଼ିଛି। ଫଳରେ ମରିସସ୍‌ ଅଧିକାରୀ ଆଲାରାମ୍‌ ବଜାଇଥିଲେ।

ତେବେ କାହିଁକି ମରିସସ୍‌ ଅଧିକାରୀଙ୍କ ସହ ଯୋଗାଯୋଗ ହୋଇପାରିନଥିଲା ସେନେଇ କିଛି ଜଣାପଡ଼ିନି।

ସୂଚନା ଥାଉକି, ସୁଷମା ବ୍ରିକ୍ସ ଓ ଭାରତ-ବ୍ରାଜିଲ୍‌-ଦକ୍ଷିଣ ଆଫ୍ରିକା ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗ ଦେବାକୁ ଦକ୍ଷିଣ ଆଫ୍ରିକା ଯାଉଥିଲେ।

ଆହୁରି ପଢ଼ନ୍ତୁ

ଏହି ରାଜ୍ୟରେ ଅକ୍ଟୋବର ୩୧ ଯାଏ ବଢ଼ିଲା ଲକ୍‌ଡାଉନ୍‌

ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କରୋନାରେ ଆକ୍ରାନ୍ତ

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଏମିତି ରିପୋର୍ଟ ଦେଲା ଦିଲ୍ଲୀ ଏମ୍ସର ଡାକ୍ତରୀ ଟିମ୍

ସୁଶାନ୍ତଙ୍କ ମୃତ୍ୟୁ ସହିତ ଡ୍ରଗ୍ସ କାରବାର ତଦନ୍ତର କୌଣସି ସମ୍ପର୍କ ନାହିଁ; NCB

ଆଉ ଜଣେ ଅଭିନେତାଙ୍କ ଆତ୍ମହତ୍ୟା !

କରୋନାରୁ ସୁସ୍ଥ ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ

୫୪ ସିଟ୍ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କଲେ ଇସି

୩୦ ବର୍ଷ ସେବା ଯୋଗାଇବା ପରେ ସତ୍ତା ହରାଇବ INS Viraat

ଗଣଦୁଷ୍କର୍ମ ପରେ ଜିଭ କାଟି ଦେଇଥିଲେ, ଡାକ୍ତରଖାନାରେ ଆଖି ବୁଜିଲେ ପୀଡିତା

କୃଷି ବିଲ୍‌ ବିରୋଧକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ‘ଚାଷୀ ଯାହାକୁ ପୂଜା କରନ୍ତି, ସେଥିରେ ନିଆଁ ଲଗାଇଦେଲ !’

କରୋନା ପରେ ଚୀନ୍‌ରେ ବୁବୋନିକ ପ୍ଲେଗ ଆତଙ୍କ, ଜରୁରୀ ସ୍ଥିତି ଲାଗୁ କଲା ପ୍ରଶାସନ

ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲା; ଚୂଡ଼ାନ୍ତ ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟ ସିବିଆଇକୁ ଦେଲା ଏମ୍ସ

You might also like