ବନ୍ଦେ ଉତ୍କଳ ଜନନୀ ବିବାଦରେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ପୁରାଇଲେ କେଁ
ଭୁବନେଶ୍ୱର : ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତ ମାନ୍ୟତା ଦାବି ପ୍ରସଙ୍ଗରେ ଶ୍ରମ ଓ ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂଙ୍କ ବିବାଦୀୟ ବୟାନ। ସଙ୍ଗୀତରେ ଥିବା ଉତ୍କଳ ଶଦ୍ଦକୁ ନେଇ କେଁ ପୁରାଇଲେ ମନ୍ତ୍ରୀ ସୁଶାନ୍ତ ସିଂ। ସୁଶାନ୍ତ କହିଛନ୍ତି, ବନ୍ଦେ ଉତ୍କଳ ଜନନୀ ଗୀତ ଆଗରୁ ଅଛି। ପଶ୍ଚିମ ଓଡ଼ିଶାରେ କୋଶଳ ଆନ୍ଦୋଳନ ଯୋଗୁଁ କିଛି ଏହାକୁ ବିରୋଧ କରୁଛନ୍ତି। ବିଭିନ୍ନ ସ୍ଥାନରେ ବନ୍ଦେ ଉତ୍କଳ ଜନନୀ ବଦଳରେ ବନ୍ଦେ ଓଡ଼ିଶା କଲେ ସମସ୍ତଙ୍କ ପାଇଁ ଗ୍ରହଣୀୟ ହେବ ବୋଲି ସ୍ୱର ଉଠୁଛି।
ତେବେ ରାଜ୍ୟ ସରକାର କଣ ନିଷ୍ପତ୍ତି ନେବେ ମୁଁ ଜାଣିନାହିଁ। କିନ୍ତୁ ପଶ୍ଚିମ ଓଡ଼ିଶା ଲୋକଙ୍କ ଭାବାବେଗକୁ ନେଇ ନିଷ୍ପତ୍ତି ନେଲେ ଭଲ ହେବ କହିଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂହ।