ବନ୍ଧ୍ୟାଙ୍କୁ ସନ୍ତାନ ସୁଖ ଦେଲେ ବାନ୍ଧବୀ, ସାରା ଦୁନିଆ ପାଇଁ ହେଲେ ଉଦାହରଣ

ଭର୍ଜିନିଆ: ଜଣେ ମହିଳା ତାଙ୍କ ବାନ୍ଧଵୀ ପାଇଁ କେତେ ବଡ ଅବଦାନ କରିପାରନ୍ତି ତାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ଦେଖିବାକୁ ମିଳିଛି ଆମେରିକାରେ I ଭର୍ଜିନିଆର ଏରିକା ହଷ୍ଟନ- ଏଲେମ (୩୪) ନାମକ ଜଣେ ମହିଳା ତାଙ୍କ ପିଲାଦିନର ବାନ୍ଧବୀଙ୍କ ପାଇଁ ସରୋଗେଟ ମାଆ ସାଜି ଦୁନିଆ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି I ତାଙ୍କ ବାନ୍ଧବୀ ଯିଏ ଜୀବନରେ କେବେ ମାଆ ହୋଇ ପାରିବେ ନାହିଁ ବୋଲି ଭାବିଥିଲେ ସେ ଦୁଇ ଦୁଇଟି ସନ୍ତାନର ମା ହୋଇଛନ୍ତି I ଜଣେ ବାନ୍ଧବୀ ପାଇଁ ମାଆ ସାଜିବା ତାଙ୍କ ଜୀବନର ଏକ ଶ୍ରେଷ୍ଠ ମୁହୂର୍ତ୍ତ ବୋଲି ଏରିକା କହିଛନ୍ତି I

ଏରିକା  ହଷ୍ଟନ- ଏଲେମଙ୍କ ବାନ୍ଧଵୀ କାଟେଲିନ ବୁଚାନାନ (୩୩) କାଲିଫୋର୍ଣ୍ଣିଆରେ ରହନ୍ତି I ଦୀର୍ଘ ସାଢେ ୩ ବର୍ଷ ଧରି ଏକ ସନ୍ତାନ ପାଇଁ ସେମାନେ ସଂଘର୍ଷ କରୁଥିଲେI କିନ୍ତୁ ଭଗବାନ ତାଙ୍କୁ ସାହା ହୋଇ ନ ଥିଲେ I ୩ ବର୍ଷ ଭିତରେ  ଇନଟ୍ରା ୟୁଟେରିନ ସେମିନେସନ ଓ  ଇନ ଭିଟରୋ ଫର୍ଟିଲାଇଜେସନ ଭଳି ବିଭିନ୍ନ ବୈଜ୍ଞାନିକ ପଦ୍ଧତି ଅବଲମ୍ବନ କରି ମଧ୍ୟ ୫  ଥର ମିସ କ୍ୟାରେଜ ହେବା ପରେ କାଟେଲିନ ଓ ତାଙ୍କ ସ୍ୱାମୀ ସବୁ ଆଶା ଭରସା ହରାଇ ବସିଥିଲେ I ଠିକ ଏତିକି ବେଳେ ତାଙ୍କର ବାନ୍ଧବୀ ଏରିକା ହଷ୍ଟନ- ଏଲେମ ତାଙ୍କୁ ସହାୟତାର ହାତ ବଢାଇଥିଲେ I କାଟେଲିନଙ୍କ ପାଇଁ ସରୋଗେଟ ମାଆ ହେବାକୁ ଏରିକା ପ୍ରସ୍ତାବ ଦେଲେ I

ଦୁଇ ଥର ଉଦ୍ୟମ ପରେ ଏରିକାଙ୍କ ଗର୍ଭାଶୟରେ କାଟେଲିନଙ୍କ ଭୃଣ ସ୍ଥାପନ କରାଯାଇଥିଲା I ଶେଷରେ ଜୁଲାଇ ୨୦୧୭ ରେ ଏରିକା ଗର୍ଭବତୀ ହେଲେ I ସବୁଠୁ ବଡ କଥା ହେଉଛି ତାଙ୍କ ଗର୍ଭରେ ଗୋଟିଏ ସନ୍ତାନ ନଥିଲା, ଥିଲେ ଯାଆଁଳା ପୁଅ ଓ ଝିଅ I ଗତ ମାର୍ଚ୍ଚ ୨୦ ତାରିଖରେ ଏରିକା ତାଙ୍କ ବାନ୍ଧବୀ କାଟେଲିନଙ୍କ ସ୍ବପ୍ନ ପୂରଣ କଲେ I କାଟେଲିନଙ୍କ ଦୁଇ ସନ୍ତାନଙ୍କୁ ଏରିକା ଜନ୍ମ ଦେଲେ I ଗତ ସପ୍ତାହରେ କାଟେଲିନ ତାଙ୍କର ଦୁଇ ସନ୍ତାନଙ୍କୁ ହସ୍ପିଟାଲରୁ ଘରକୁ ନେଇଛନ୍ତି I ପୁଅର ନାମ ରଖାଯାଇଛି ଓଲିବେର ଡାନିଏଲ ଓ  ଝିଅ ନାଁ ପପି ଏଲିଜାବେଥ I

କାଟେଲିନ ବୁଚାନାନ ନିଜ ବ୍ଲଗରେ ଏରିକାଙ୍କ ଅବଦାନ ଓ  ସନ୍ତାନ ପାଇଁ ସଂଘର୍ଷର କାହାଣୀ ଉଲ୍ଲେଖ କରିଛନ୍ତି I

(Courtesy- Mail online)

ଆହୁରି ପଢ଼ନ୍ତୁ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

ବାପାଙ୍କ ସହ ମିଶି ଅଷ୍ଟମ ଶ୍ରେଣୀର ଛାତ୍ର କଲା ନିଆରା ଉଦ୍ଭାବନ

ବଲିଉଡ୍ କୋରିଓଗ୍ରାଫର ଏବେ ଚା’ ଦୋକାନୀ

୬୨ତମ ଜନ୍ମଦିନରେ ଦୌଡ଼ିଲେ ୬୨.୪ କିଲୋମିଟର୍

You might also like