ସୁରତ୍ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣା
ସୁରତ :ସୁରତ୍ରେ ମୃତଦେହ, ଓଡ଼ିଶାରେ ତଦନ୍ତ। ଗତ ୬ ତାରିଖରେ ସୁରତ୍ର ଓଡ଼ିଆ ବହୁଳ ପଣ୍ଡେସରର ଭେସ୍ତାନ ଅଞ୍ଚଳରୁ ୧୧ ବର୍ଷୀୟ ନାବାଳିକାର ମୃତଦେହ ଉଦ୍ଧାର ଘଟଣାରେ ଓଡ଼ିଶାରେ ସୁରାକ୍ ଖୋଜୁଛି ଗୁଜରାଟ ପୋଲିସ। ସୁରତ ପୋଲିସ କମିଶନର ଘଟଣା ସଂପର୍କରେ ଓଡ଼ିଶା ପୋଲିସ ଡିଜିଙ୍କ ସହ କଥା ହୋଇଛନ୍ତି।
ଏହାପରେ ଡିଜିପି ଆର.ପି ଶର୍ମା ପ୍ରେସମିଟ୍ କରିବା ସହ ଗୁଜରାଟ ପୋଲିସ ଦେଇଥିବା ନାବାଳିକା ସଂପର୍କିତ ତଥ୍ୟ ଓ ଫଟୋକୁ ସମସ୍ତ ଜିଲ୍ଲାର ଏସ୍ପିକୁ ପଠାଯାଇଥିବା ସୂଚନା ଦେଇଛନ୍ତି।
ସେପଟେ ନାବାଳିକାକୁ ଚିହ୍ନଟ ପାଇଁ ଗୁଜରାଟର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଛି। ନିଖୋଜ ପ୍ରାୟ ୮ ହଜାର ଝିଅଙ୍କ ଫଟୋ ସହ ମୃତ ନାବାଳିକାର ଫଟୋକୁ ମେଳ କରାଯାଉଛି। ଘଟଣା ଘଟିଥିବା ଅଞ୍ଚଳର ସିସିଟିଭି ଫୁଟେଜ ସହ ସଂପୃକ୍ତ ଅଂଚଳର ମୋବାଇଲ୍ ଟାଓ୍ୱାର ତଥ୍ୟ ବି ଯାଞ୍ଚ କରାଯାଉଥିବା ଗୁଜରାଟ ଗୃହମନ୍ତ୍ରୀ ସୂଚନା ଦେଇଛନ୍ତି।