ସ୍ପଷ୍ଟ ହେଲା ପିସିସି ସଭାପତି ପଦରୁ ପ୍ରସାଦଙ୍କ ଇସ୍ତଫା : ସୁର କହିଲେ, ବିଶ୍ୱାସଘାତକତା କଲେ ଦଳୀୟ ନେତା

ଭୁବନେଶ୍ୱର : ସ୍ପଷ୍ଟ ହେଲା  ପିସିସି ସଭାପତି ପଦରୁ ପ୍ରସାଦ ହରିଚନ୍ଦନଙ୍କ ଇସ୍ତଫା। ପ୍ରସାଦଙ୍କ ଶ୍ୱଶୁର ତଥା ବରିଷ୍ଠ କଂଗ୍ରେସ ନେତା ସୁର ରାଉରରାୟ ଆଜି ଏହା ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ପ୍ରସାଦ ଗତକାଲି ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ବିଜେପୁରରେ ପରାଜୟ କାରଣକୁ ନେଇ ପ୍ରସାଦ ଇସ୍ତଫା ଦେଇଛନ୍ତି।

ଏଥିସହ ବିଜେପୁର ପରାଜୟ ନେଇ ଦଳୀୟ ନେତାଙ୍କ ଉପରେ ବର୍ଷିଛନ୍ତି ସୁର। କହିଛନ୍ତି, କଂଗ୍ରେସର କିଛି ନେତା ଧୋକା ଦେଇଛନ୍ତି ସେମାନଙ୍କ ବିଶ୍ୱାସଘାତକତା ଯୋଗୁଁ ଦଳ ବିଜେପୁରରେ ଶୋଚନୀୟ ପରାଜୟ ବରଣ କରିଲା।

ଆହୁରି ପଢ଼ନ୍ତୁ

You might also like