କାର୍ତ୍ତି ଚିଦାମ୍ବରମଙ୍କୁ ଅନ୍ତରୀଣ ସୁରକ୍ଷା ଦେବାକୁ ସୁପ୍ରିମକୋର୍ଟ ମନାକଲେ

ନୂଆଦିଲ୍ଲୀ: ପୁଣି ଆଉ ଏକ ବଡ଼ ଝଟକା ଲାଗିଛି ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କୁ। ଦୁର୍ନୀତି ମାମଲାରେ ଗତ ସପ୍ତାହରେ ସିବିଆଇ ଦ୍ୱାରା ଗିରଫ ହୋଇଥିବା କାର୍ତ୍ତିଙ୍କୁ ଅନ୍ତରୀଣ ସୁରକ୍ଷା ଦେବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି।

ଇଡ଼ି ଦ୍ୱାରା ସମ୍ଭାବ୍ୟ ଗିରଫର ଆଶଙ୍କା ନେଇ କାର୍ତ୍ତି ଅନ୍ତରୀଣ ସୁରକ୍ଷା ପାଇଁ ସୁପ୍ରିମେକାର୍ଟଙ୍କୁ ନିବେଦନ କରିଥିଲେ।

ଏହି ମାମଲାର ପରବର୍ତ୍ତୀ ଶୁଣାଣି ଗୁରୁବାର ହେବ।

ଅନ୍ୟପକ୍ଷରେ, INX ମିଡ଼ିଆ ଲାଞ୍ଚ ମାମଲାରେ ଗିରଫ ହୋଇଥିବା କାର୍ତ୍ତିଙ୍କୁ ସିବିଆଇ ଜେରା ଚଳାଇଛି।

ସୂଚନାଥାଉ କି, ଅଭିଯୋଗ ଅନୁସାରେ ଆଗରୁ INX  ମିଡିଆର ସହ-ମାଲିକ ଥିବା  ପିଟର ମୁଖାର୍ଜୀ ୨୦୦୭ରେ FDI ପାଇଁ ଅନୁମତି ଦେବାକୁ ସେତେବେଳର କେନ୍ଦ୍ର ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ଭେଟିଥିଲେ।  FDI ପାଇଁ ଅନୁମତି ବଦଳରେ ପୁଅ କାର୍ତ୍ତି ଚିଦାମ୍ବରମଙ୍କ ବ୍ୟବସାୟରେ ସାହାଯ୍ୟ କରିବାକୁ ଚିଦାମ୍ବରମ କୁଆଡ଼େ ପିଟର ମୁଖାର୍ଜୀଙ୍କୁ କହିଥିଲେ।

୩ ଶହ କୋଟି ଟଙ୍କାର FDI ଲାଗି କାର୍ତ୍ତି ଚିଦାମ୍ବରମ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ମଧ୍ୟ ଅଭିଯୋଗ ଅଛି। ତେବେ ଏହି ଅଭିଯୋଗକୁ ପି. ଚିଦାମ୍ବରମ୍ ଓ କାର୍ତ୍ତି ଚିଦାମ୍ବରମ ଖଣ୍ଡନ କରୁଛନ୍ତି।

You might also like