ବଦଳିଲା ଡିଜିପି ନିଯୁକ୍ତି ନିୟମ: UPSC ତାଲିକାରୁ ଜଣକୁ ବାଛିବେ ରାଜ୍ୟ ସରକାର

ନୂଆଦିଲ୍ଲୀ: ପୋଲିସ୍ ସଂସ୍କାର କ୍ଷେତ୍ରରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ଆଉ ମନଇଛା ଡିଜିପି ନିଯୁକ୍ତି କରିପାରିବେନି ରାଜ୍ୟ ସରକାର।  ଏଣିକି ୟୁନିୟନ ପବ୍ଲିକ ସର୍ଭିସ କମିଶନ୍ ଡିଜିପି ମନୋନୀତ କରିବେ ।

ଡିଜିପି ନିଯୁକ୍ତି ପାଇଁ ରାଜ୍ୟ ସରକାର, UPSCକୁ ବରିଷ୍ଠ ଆଇପିଏସ୍ ଅଫିସରଙ୍କ ନା ଦେବେ। ସେହି ତାଲିକାରୁ UPSC ୩ ଜଣଙ୍କୁ ମନୋନୀତ କରିବେ। UPSC ଦେଇଥିବା ୩ ଜଣଙ୍କ ନାଁରୁ ଜଣକୁ ଡିଜିପି ଭାବେ ରାଜ୍ୟ ସରକାର ନିଯୁକ୍ତି ଦେବେ।

ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ରାଜ୍ୟମାନେ କାମଚଳା ଡିଜିପି ନିଯୁକ୍ତି କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

You might also like