ରାମଚନ୍ଦ୍ର ହାଁସଦାଙ୍କୁ ମିଳିଲା ଜାମିନ
ଭୁବନେଶ୍ୱର: ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ମିଳିଲା ଜାମିନ। ନବଦିଗନ୍ତ ଚିଟ୍ଫଣ୍ଡ ଠକେଇ ମାମଲାରେ ୨୦୧୪ରୁ ଜେଲ୍ରେ ଥିବା ରାମଚନ୍ଦ୍ର ହାଁସଦାଙ୍କ ଜାମିନ ଆବେଦନକୁ ମଞ୍ଜୁର କରିଛନ୍ତି ସୁପ୍ରିମକୋର୍ଟ। ଏନେଇ ହାଁସଦାଙ୍କ ଓକିଲ ଅଭିଜିତ ପଟ୍ଟନାୟକ ସୂଚନା ଦେଇଛନ୍ତି।
ଆହୁରି ପଢ଼ନ୍ତୁ
ନବଦିଗନ୍ତ ଚିଟ୍ଫଣ୍ଡ ଠକେଇ ମାମଲାରେ ତାଙ୍କୁ ସିବିଆଇ ଗିରଫ କରିଥିଲେ। ବିଜେଡ଼ି ଟିକେଟରେ ସେ ମୟୂରଭଞ୍ଜରୁ ଜିତିଥିଲେ। ତେବେ ଗିରଫ ପରେ ତାଙ୍କୁ ବିଜେଡ଼ିରୁ ନିଲମ୍ବିତ କରାଯାଇଥିଲା।