ସୁପରସୋନିକ୍ କ୍ରୁସ ମିସାଇଲ ବ୍ରହ୍ମୋସର ସଫଳ ପରୀକ୍ଷଣ
ନୂଆଦିଲ୍ଲୀ: ସଫଳତାର ସହ ପରୀକ୍ଷଣ ହୋଇଛି ସୁପରସୋନିକ୍ କ୍ରୁସ ମିସାଇଲ ବ୍ରହ୍ମୋସ। ରାଜସ୍ଥାନର ପୋଖରନରୁ ବ୍ରହ୍ମୋସର ସଫଳ ପରୀକ୍ଷଣ ହୋଇଛି।
ଭାରତ ଏବଂ ଋ଼ଷ ଜ୍ଞାନ କୌଶଳରେ ନିର୍ମିତ ହୋଇଛି ବ୍ରହ୍ମୋସ। ଭାରତୀୟ ବାୟୁ ସେନାର ଶକ୍ତିଶାଳୀ ଯୁଦ୍ଧ ବିମାନ ସୁଖୋଇରେ ବ୍ରହ୍ମୋସକୁ ଉତକ୍ଷେପଣ କିମ୍ବା ଲକ୍ଷଭେଦ କରାଯାଇ ପାରିବ। ୨୦୦୬ରେ ବ୍ରହ୍ମୋସ ଭାରତୀୟ ସେନାରେ ସାମିଲ ହୋଇଥିଲା।
୧୫ ଶହ କିଲୋମିଟର ଯାଏ ଲକ୍ଷ୍ୟଭେଦ କରିପାରିବ କ୍ଷେପଣାସ୍ତ୍ର ବ୍ରହ୍ମୋସ। ଡିଆରଡିଓ ଟିମର ଏହି ସଫଳତା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଅଭିନନ୍ଦନ ଜଣାଇଛନ୍ତି।
Smt @nsitharaman congratulates @DRDO_India , the Armed Forces and Defence Industry for the successful flight test of the Supersonic Cruise Missile #BrahMos. The successful test will further bolster our national security.@PIB_India @MIB_India @SpokespersonMoD https://t.co/v3mQEovNvC
— Raksha Mantri (@DefenceMinIndia) March 22, 2018