ଖରାଦିନିଆ ସ୍କୁଲ: ମାଗଣା ଖାଦ୍ୟ ସହ ଶିକ୍ଷାଦାନ

ମାଲକାନଗିରି: ଖରାଦିନିଆ ସ୍କୁଲ। ସାଧାରଣତଃ ଖରାଛୁଟିରେ ପିଲା ଅଧିକ ସମୟ ଖେଳକୁଦରେ ମନ ଦିଅନ୍ତି, ପାଠ ପଢନ୍ତିନି। ଫଳରେ ପିଲାଙ୍କ ପାଠପଢ଼ାରେ ଆଉ ମନ ଲାଗେନି। ତେବେ ପିଲାଙ୍କ ମନ ପାଠପଢ଼ାରେ ଲଗାଇବା ପାଇଁ ମାଲକାନଗିରି ଜିଲ୍ଲା ଚାଲାଣଗୁଡା ପଞ୍ଚାୟତର କିଛି ଯୁବକ ଏକାଠି ହୋଇ ଆରମ୍ଭ କରିଛନ୍ତି ଖରାଦିନିଆ ସ୍କୁଲ। ମାଗଣାରେ ପିଲାଙ୍କୁ ଦୁଇ ଓଳି ସମସ୍ତ ବିଷୟରେ ଶିକ୍ଷାଦାନ କରୁଛନ୍ତି ଏହି ଯୁବକ।

ଖରା ଛୁଟିରେ ଖେଳ କୁଦରେ ମନ ନ ଦେଇ ପାଠ ପଢାରେ ମନ ଦେଇଛନ୍ତି ଛାତ୍ରଛାତ୍ରୀ। ଆଉ ଏହା କେବଳ ସମ୍ଭବ ହୋଇପାରିଛି ଉଚ୍ଚ ଶିକ୍ଷା ଓ ବାହାରକୁ ଯାଇ ଛୁଟିରେ ଫେରିଥିବା କିଛି ଯୁବକ ଏବଂ ଛୁଟିରେ ଥିବା ଶିକ୍ଷକଙ୍କ ପାଇଁ।

ମାଲକାନଗିରି ଜିଲ୍ଲା ଚାଲାଣଗୁଡା ପଞ୍ଚାୟତର କିଛି ଯୁବକ ଏକାଠି ହୋଇ ଆରମ୍ଭ କରିଛନ୍ତି ଖରାଦିନିଆ ସ୍କୁଲ। ଏଥିପାଇଁ ନା ପିଲା କୌଣସି ଅର୍ଥ ଦେଉଛନ୍ତି ନା ପଢାଉଥିବା ଶିକ୍ଷକମାନେ ପାରିଶ୍ରମିକ ନେଉଛନ୍ତି। ଗ୍ରାମବାସୀଙ୍କ ସହାୟତାରେ ମାଗଣା ଖାଦ୍ୟ ମଧ୍ୟ ଯୋଗାଇ ଦିଆଯାଉଛି। ଏଥିସହ ପିଲାମାନଙ୍କୁ ସମସ୍ତ ବିଷୟରେ ଶିକ୍ଷାଦାନ ସହ ସାଧାରଣ ଜ୍ଞାନର କୋଚିଂ ମଧ୍ୟ ଦିଆଯାଉଛି।

ସ୍କୁଲ ଖୋଲିବା ସମୟରେ ନୂଆ ପାଠ ଧରିବା ପାଇଁ ପିଲାଙ୍କୁ କଷ୍ଟ ହୋଇଥାଏ। ଏହାକୁ ଆଖି ଆଗରେ ରଖି ଏହି ଅଞ୍ଚଳର ଉଚ୍ଚ ଶିକ୍ଷିତ ଯୁବକ ଏବଂ ଶିକ୍ଷକ ଏଭଳି ପଦକ୍ଷେପ ନେଇଛନ୍ତି। ପିଲାଙ୍କୁ ମାଗଣା ଶିକ୍ଷାଦାନ କରୁଥିବାରୁ ଆତ୍ମସନ୍ତୋଷ ମିଳୁଥିବା କହିଛନ୍ତି ଶିକ୍ଷକ।

ଆହୁରି ପଢ଼ନ୍ତୁ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

ବାପାଙ୍କ ସହ ମିଶି ଅଷ୍ଟମ ଶ୍ରେଣୀର ଛାତ୍ର କଲା ନିଆରା ଉଦ୍ଭାବନ

ବଲିଉଡ୍ କୋରିଓଗ୍ରାଫର ଏବେ ଚା’ ଦୋକାନୀ

୬୨ତମ ଜନ୍ମଦିନରେ ଦୌଡ଼ିଲେ ୬୨.୪ କିଲୋମିଟର୍

You might also like