ବାୟୁସେନାର ଯୁଦ୍ଧ ବିମାନ ସୁଖୋଇ ଦୁର୍ଘଟଣାଗ୍ରସ୍ତ

ମହାରାଷ୍ଟ୍ର  : ବାୟୁସେନାର ପୁଣି ଏକ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ । ମହାରାଷ୍ଟ୍ର ନାସିକ ପାଖରେ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ସୁଖୋଇ-30 ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ଏଥିରେ କେହି ମୃତାହତ ହୋଇ ନାହାନ୍ତି।

ଏହି ଲଢୁଆ ବିମାନରେ ଦୁଇ ଜଣ ପାଇଲଟ୍ ଥିଲେ। ସେମାନେ ସୁରକ୍ଷିତ ଅଛନ୍ତି । ଠିକ୍ ଦୁର୍ଘଟଣା ହେବା ଆଗରୁ ଦୁଇ ଜଣ ଯାକ ପାଇଲଟ୍ ପାରାଚ୍ୟୁଟ ଜରିଆରେ ସୁରକ୍ଷିତ ଭାବେ ଅବତରଣ କରିଥିବା ଜଣାପଡ଼ିଛି।

You might also like