କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି ଜାରି
କୋରାପୁଟ : କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି ଜାରି। କୁଳପତିଙ୍କୁ ହଟାଇବା ଦାବିରେ ଅଡି ବସିଛନ୍ତି ଛାତ୍ରଛାତ୍ରୀ। ଆଜି ଧାରଣା ସମୟରେ କୁଳପତିଙ୍କ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିଥିଲେ ଛାତ୍ରଛାତ୍ରୀ। ଗତ ୨ ତାରିଖରେ ସାଇନ-ଏ-ଡାଏ ଉଠିଥିଲା। ୩ ତାରିଖରୁ କ୍ୟାମ୍ପସରେ ପାଠପଢା ଆରମ୍ଭ ହେବାର ଥିଲା।
ଏହା ସତ୍ତ୍ୱେ ଛାତ୍ର ଅଶାନ୍ତି ଲାଗି ରହିଛି। ୬୦ ଦଫା ଦାବି ପୂରଣ ଲାଗି ଅଡ଼ି ବସିଛନ୍ତି ଛାତ୍ରଛାତ୍ରୀ। ଆନ୍ଦୋଳନ ସୁନାବେଡାସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଚାଲୁଥିବାବେଳେ, ଆଜି ଲାଣ୍ଡିଗୁଡ଼ାସ୍ଥିତ ପୁରୁଣା କ୍ୟାମ୍ପସରେ ଆସି ଛାତ୍ରଛାତ୍ରୀଙ୍କ ଧାରଣା ଦେଇଛନ୍ତି। ଧାରଣାରତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ କିଛି ଅସୁସ୍ଥ ହୋଇଥିବା ଜଣାପଡିଛି। ଆଇନ ଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ କ୍ୟାମ୍ପସରେ ଫୋର୍ସ ମୁତୟନ କରାଯାଇଛି।
ଦେଖନ୍ତୁ ଏହି ଭିଡ଼ିଓ-