ଛାତ୍ର ନେତାଙ୍କୁ ବିଧାୟକ ଅରୁଣ ସାହୁଙ୍କ ଉଠ୍‌ବସ୍‌ ଘଟଣାକୁ ନେଇ ବଢିଲା ବିବାଦ

ବାରିପଦା : ମୟୂରଭଞ୍ଜ ବାରିପଦାରେ ଛାତ୍ର ନେତାଙ୍କୁ ବିଜେଡି ବିଧାୟକ ଅରୁଣ ସାହୁ ଉଠ୍‌ବସ୍ କରାଇବା ଅଭିଯୋଗ ଘଟଣାରେ ତାତିଲେ ଛାତ୍ର। ଅରୁଣଙ୍କ କୁଶପୁତ୍ତଳିକା ଦାହ ସହ ଜିଲ୍ଲାପାଳଙ୍କୁ ଭେଟି ସ୍ମାରକପତ୍ର ଦେଇଛନ୍ତି କଂଗ୍ରେସ ଓ ଏବିଭିପିର ଛାତ୍ର ନେତା। ତୁରନ୍ତ ଅରୁଣ ସାହୁ ମୟୂରଭଞ୍ଜବାସୀଙ୍କୁ କ୍ଷମା ପ୍ରାର୍ଥନା କରିବାକୁ ଦାବି କରାଯାଇଛି।

ସେହିପରି କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ କର୍ମୀମାନେ ଅଭିନବ ଉପାୟରେ ଉଠାବସା ହୋଇ ପ୍ରତିବାଦ ଜଣାଇଥିଲେ। ୭ ଦିନ ମଧ୍ୟରେ ଅରୁଣଙ୍କୁ ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ପଦରୁ ମୁଖ୍ୟମନ୍ତ୍ରୀ ନହଟାଇଲେ ଜିଲ୍ଲା ବନ୍ଦ ଡାକରା ଦିଆଯିବ ବୋଲି କଂଗ୍ରେସ ଚେତାବନୀ ଦେଇଛି। ବିଶ୍ୱ ବିଦ୍ୟାଳୟର ୧୧ଟି ବିଭାଗକୁ ରେଗୁଲାର କୋର୍ସ କରିବା ଦାବି ପ୍ରସଙ୍ଗକୁ ନେଇ ଆଲୋଚନା ପାଇଁ ଉତ୍ତର ଓଡିଶା ବିଶ୍ୱ ବିଦ୍ୟାଳୟ ଛାତ୍ର ସଂସଦ ସଭାପତି ତୁଷାର ନାୟକ ବାରିପଦା ସର୍କିଟ ହାଉସକୁ ଯାଇଥିଲେ।

ହେଲେ ସେଠାରେ ଅରୁଣ ତାଙ୍କୁ ଗାଳି ଗୁଲଜ କରିବା ସହ ୭୦ଥର ବସ୍ ଉଠ କରିଥିବା ନେଇ ଅଭିଯୋଗ ହୋଇଥିଲା। ତେବେ ଏନେଇ ଅରୁଣ ସାହୁଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

 

 

ଆହୁରି ପଢ଼ନ୍ତୁ

ବିଧାନସଭାର ମୌସୁମୀ ଅଧିବେଶନ; ରବିବାର ବି ଚାଲିବ ଗୃହକାର୍ଯ୍ୟ

ବିଧାନସଭା ମୌସୁମୀ ଅଧିବେଶନ; କଭରେଜ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କର ହେବ କରୋନା ଟେଷ୍ଟ

ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ଚିଠି ଲେଖିଲେ ନବୀନ

ନାଳରେ ପଶିଗଲା ଚଳନ୍ତା କାର

ବନ୍ଦ ହୋଇଯିବ କି ରାଜଧାନୀର ଦୋକାନ?

ଦିନକରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱରରୁ ୩୨୬ କରୋନା ପଜିଟିଭ ଚିହ୍ନଟ, ୨୫୬ ଲୋକାଲ କଣ୍ଟାକ୍ଟ

ଆମ୍ବୁଲାନ୍ସ ଧକ୍କାରେ ଚାଲିଗଲା ୩ ଜୀବନ

ଓଡ଼ିଶାର ଏଇ ପ୍ରମୁଖ ସହର ୨ ଦିନ ସଟଡାଉନ୍

ଦୈନିକ ସାଢେ ୪ ଘଣ୍ଟା ହେବ ଗୃହ କାର୍ଯ୍ୟ

‘ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ମନେପଡ଼େ ନିର୍ବାଚନ ମଣ୍ଡଳୀ କଥା’

ଉପନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ତିର୍ତ୍ତୋଲବାସୀଙ୍କୁ ସରକାରଙ୍କ ଭେଟି

You might also like