ଅକ୍ଷମତା ପାଖରେ ହାରିଯାଇ ନାହାଁନ୍ତି ସୁଶାନ୍ତ : ପରିବା ବିକି ବୃଦ୍ଧା ମାଆର ହୋଇଛନ୍ତି ସାହାରା

ଭୁବନେଶ୍ୱର (ପ୍ରଦେଶ ପ୍ରତ୍ୟୁଷ) :  ସମୟ ଓ ପରିସ୍ଥିତି ମଣିଷକୁ ଅନେକ କିଛି ଶିଖାଇଥାଏ। ଏହାକୁ ପାଥେୟ କରି ମଣିଷ ସବୁ ଦୁଃଖ ଓ ଅଭାବକୁ ସାମ୍ନା କରେ। ଦୃଢ ଇଚ୍ଛା ଶକ୍ତିରେ ଜୀବନ ଜିଇଁବା ଶିଖେ। ଏମିତି ଏକ ଘଟଣା ଘଟିଛି ସୁଶାନ୍ତଙ୍କ ଜୀବନରେ।

ସୁଶାନ୍ତ କୁମାର ଗୌଡ଼। ରୁହନ୍ତି ଭୁବନେଶ୍ୱରର ଘାଟକିଆ ଅଞ୍ଚଳର ନାକା ଗେଟ୍‌ ତଳସାହିରେ। ବୟସ ୨୨ବର୍ଷ ହେବ। ନିଜର ମା ଛଡା ନିଜର ବୋଲି ଆଉ କେହି ନାହାନ୍ତି। ଗୋଟିଏ ବୋଲି ଭଉଣୀର ବାହାଘର ସରିଛି। ନିଜର ଗୋଟିଏ ଗୋଡ଼ ହରାଇ ବି ସେ ସମସ୍ତ ପ୍ରତିବନ୍ଧକକୁ ସାମ୍ନା କରି ଆଗେଇ ଚାଲିଛନ୍ତି। ପରିବା ବିକ୍ରି କରି ଘର ଚଳାଉଛନ୍ତି। ମାଆଙ୍କୁ କରୁଛନ୍ତି ସାହାଯ୍ୟ। ତାଙ୍କୁ ଦେଖିଲେ ଲାଗିବନି ସେ ନିଜର ଗୋଟେ ଗୋଡ଼ ହରାଇଛନ୍ତି ବୋଲି। ହେଲେ ସେଥିରେ ସେ ଖୁବ୍‌ ଦୃଢମନା।

ଗଞ୍ଜାମରୁ ଆସି ଭୁବନେଶ୍ୱରରେ ରହୁଛନ୍ତି ସୁଶାନ୍ତ –

ଗଞ୍ଜାମର ମୂଳ ବାସିନ୍ଦା ସୁଶାନ୍ତ ପିଲା ଦିନୁ ବାପାକୁ ହରାଇ ଥିଲେ। ଦୁଇ ପିଲାଙ୍କୁ ( ଗୋଟେ ପୁଅ ଓ ଗୋଟେ ଝିଅ) ନେଇ ମୂଲ ଲାଗି ପରିବାର ଚଳାଉଥିଲେ ମାଆ। ଆର୍ଥିକ ଅଭାବ ବୋଧ ଲାଗିରହିଥିଲା। ସୁଶାନ୍ତ ଯେତେବେଳେ ଅଷ୍ଟମ ଶ୍ରେଣୀରେ ପଢୁଥିଲେ, ଅଧାରୁ ପାଠ ଛାଡି ସୁରାଟ ପଳାଇଥିଲେ। ସେଠାରେ ଏକ କଂପାନୀରେ କାମ କରି ମାଆ ପାଖକୁ ପଇସା ପଠାଉଥିଲେ। ଦିନେ ଘରକୁ ଫେରୁଥିବା ବେଳେ ସେ ଟ୍ରେନ୍‌ରୁ ଖସିପଡି ନିଜର ଗୋଟେ ଗୋଡ ହରାଇ ବସିଲେ। ସେହି ଅଳ୍ପ ବୟସରୁ ସୁଶାନ୍ତ ଅକ୍ଷମ ପାଲଟିଗଲେ। ମାଆଙ୍କର ସାହାରା ବୋଲି କେହି ନଥିଲେ। ତଥାପି ମନକୁ ଟାଣ କରି ମାଆ ମୂଲ ଲାଗି ଦି ପ୍ରାଣୀର ସଂସାର ଚଳେଇଲେ।

ଏହାପରେ ସୁଶାନ୍ତଙ୍କ ମାଆ ଦୁଇ ପିଲାଙ୍କୁ ଧରି ଭୁବନେଶ୍ୱର ଚାଲିଆସିଲେ। ଏଠାରେ ଝିଅକୁ ବାହା କରି ଆଖପାଖରେ ବାଲି ସିମେଣ୍ଟ କାମ କରି ଘର ଚଳାଇଲେ। ଏବେ ଆଉ ବୟାସାଧିକ ଯୋଗୁଁ ବାହାରକୁ କାମ କରିବାକୁ ଯାଇପାରୁନାହାଁନ୍ତି ସୁଶାନ୍ତଙ୍କ ମାଆ। ଏଣୁ ସୁଶାନ୍ତ ଗୋଟିଏ ଗୋଡ ହରାଇ ଠିକ୍‌ରେ ଚାଲିପାରୁନଥିଲେ ବି ଘର ପାଖରେ ପରିବା ବିକ୍ରି କରି ଅର୍ଥ ରୋଜଗାର କରୁଛନ୍ତି। ଆଉ ଏହି କାମରେ ତାଙ୍କ ମାଆ ତାଙ୍କୁ ସାହାଯ୍ୟ କରୁଛନ୍ତି। ପ୍ରତିଦିନ ଭୁବନେଶ୍ୱର ୧ନଂ ମାର୍କେଟ୍‌ରୁ ସୁଶାନ୍ତଙ୍କ ମାଆ ପରିବା କିଣି ଆଣନ୍ତି। ଆଉ ସନ୍ଧ୍ୟାରେ ସୁଶାନ୍ତ ରାସ୍ତା କଡ଼ରେ ବସି ପରିବା ବିକନ୍ତି। ଏମିତି ଚାଲେ ତାଙ୍କର ଦୈନିକ ଜୀବନ ଜୀବିକା।

ହେଲେ ରାଜଧାନରେ ରହିବି କେଉଁ ନେତା ମନ୍ତ୍ରୀ ବା ଅନୁଷ୍ଠାନର ସାହାଯ୍ୟ ସହଯୋଗ ପାଇନାହାଁନ୍ତି ସୁଶାନ୍ତ। ନିଜ ମନର ଦୁଃଖକୁ ମନ ଭିତରେ ଚାପି ସେ ଦିନ ବିତାଉଛନ୍ତି। ଆଶା ରଖିଛନ୍ତି ଯଦି ସରକାର ବା କୌଣସି ଅନୁଷ୍ଠାନ ସାହାଯ୍ୟ କରନ୍ତେ ତ ସେ ଆଉ କିଛି କାମ କରି ଭଲରେ ଟିକେ ରହିପାରନ୍ତେ।

ଆହୁରି ପଢ଼ନ୍ତୁ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

You might also like