ଶ୍ରୀନଗରରେ ଉଡ଼ିଲା ପାକିସ୍ତାନ ପତାକା

ଇଦ୍ ନମାଜ ପାଠ ପରେ ସୁରକ୍ଷାକର୍ମୀଙ୍କୁ ଅାକ୍ରମଣ

ଶ୍ରୀନଗର: ଇଦ୍ ଉଲ୍ ଜୁହାରେ ମଧ୍ୟ କାଶ୍ମୀର ଉପତ୍ୟକାରେ ଅଶାନ୍ତି ଦେଖାଦେଇଛି।  ଶ୍ରୀନଗରରେ ପାକିସ୍ତାନ ପତାକା ଉଡ଼ିଛି। ଇଦ୍ ଉଲ୍ ଜୁହାର ନମାଜ ପାଠ ପରେ ସୁରକ୍ଷାକର୍ମୀଙ୍କ ଉପରେ ପ୍ରବଳ ପଥର ମାଡ଼ ହୋଇଛି।

ପାକିସ୍ତାନ ଏବଂ ବିଶ୍ୱର ଟପ୍ ମୋଷ୍ଟ ଆତଙ୍କୀ ସଂଗଠନ ଆଇଏସ୍ଆଇଏସ୍ ପତାକା ଦେଖାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଭିନ୍ନ ଅଞ୍ଚଳରେ ଲୁଚି ରହିଥିବା ଲୋକେ ହଠାତ୍ ସେନା ଉପରକୁ ଆକ୍ରମଣ ଆରମ୍ଭ କରିଛନ୍ତି। ଢେଲା ପଥର ସହ ପେଟ୍ରୋଲ ବମ୍ ମଧ୍ୟ ଫୋପାଡ଼ିଛନ୍ତି। ଏହି ଘଟଣା ପରେ ଶ୍ରୀନଗରରେ ସେନା ପକ୍ଷରୁ କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରଯାଇଛି। ସେଠାରେ ଅଧିକ ସଂଖ୍ୟାରେ ଫୋର୍ସ ମୁତୟନ କରାଯାଇଛି। ଶ୍ରୀନଗରର ବିଭିନ୍ନ ପ୍ରବେଶ ପଥକୁ ସୁରକ୍ଷାକର୍ମୀ ସିଲ୍ କରିଛନ୍ତି। କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବାକୁ ସୁରକ୍ଷା ବାହିନୀ ସଜାଗ ଅଛନ୍ତି।

You might also like