କୋଟିକୋଟିର ମାଲିକାଣୀ କେମିତି ହେଲେ ଟିଟୋଙ୍କ ପତ୍ନୀ ବେନଜିର
ଭୁବନେଶ୍ୱର/କେନ୍ଦ୍ରାପଡ଼ା: ଧିରେ ଧିରେ ଖୋଲିବାରେ ଲାଗିଛି ଟିଟୋ ସାମ୍ରାଜ୍ୟର ଗୁମର। ଅାଜି ଗ୍ୟାଙ୍ଗଷ୍ଟର ଟିଟୋର ସ୍ତ୍ରୀକୁ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଜେରା କରି ବିଭିନ୍ନ ତଥ୍ୟ ହାସଲ କରିଥବା କୁହାଯାଉଛି। ସେପଟେ ପେଟ୍ରୋଲ ଟାଙ୍କି ଲିଙ୍କ୍ ନେଇ ଅାଜି କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଅଫିସ୍ ଓ ସିଏସ୍ଓ ଅଫିସ୍ରେ ତନାଘନା କରୁଛି।
ଡନ୍ର ପତ୍ନୀ ବେନଜିର ବିବିକୁ ଆଜି ଜେରା କରିଛି ଏସ୍ଟିଏଫ୍ । କେନ୍ଦ୍ରାପଡା ଦିଲାରପୁର ସ୍ଥିତ ଘରେ ବେନଜିରଙ୍କୁ ଜଣେ ଡିିଏସପି ଓ ଦୁଇ ମହିଳା ଇନ୍ସପେକ୍ଟର ପଚରାଉଚରା କରିଛନ୍ତି। କୋଟିକୋଟି ଟଙ୍କାର ମାଲିିକାନାର ଅଧିକାରୀ କିପରି ହେଲେ ବେନଜିର ? ଗୃହିଣୀ ହୋଇ ବେନଜିର ଅମାପ ସଂପତ୍ତି କେଉଁଠୁ ଅାଣିିଲେ ? ଏକାଧିକ ପେଟ୍ରୋଲ ପମ୍ଫ, କୋଟି କୋଟି ଟଙ୍କାର ଅର୍ଥ କାରବାର କରୁଥିଲେ କିପରି ? ନିଜେ ତଥା ନିଜ ନାରେ ଥିବା ବେନଜିର ଇନଫ୍ରା ପ୍ରାଇଭେଟ୍ ଲିମିଟେଡର ଅର୍ଥ ଅାସୁଥିଲା କେଉଁଠୁ ? ବିଭିନ୍ନ ଦିଗରେ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଜେରା କରିଛନ୍ତି। ଏହା ସହ ୧କୋଟିରୁ ଅଧିକ ଟଙ୍କାର ଜମି ଡିଲ୍ , ଲକ୍ଜୁରିୟସ୍ ଅଡ଼ି ଗାଡି ନେଇ ମଧ୍ୟ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଜେରା କରିଛି।
ସେପଟେ ଡନ୍ ଟିଟୋର ପଲିଟିକାଲ୍ ଲିଙ୍କ୍ କାଢିବାକୁ ଯୋଜନା କରିଛି ଏସ୍ଟିଏଫ୍। ସଙ୍ଗୀନ ଅପାରାଧର ଲମ୍ବା ତାଲିକା ଥିବା ଟିଟୋ କେମିତି ହାସଲା କଲା ପେଟ୍ରୋଲ ପମ୍ଫ। ବେନାମୀ ଭାବେ ଦୁଇରୁ ଅଧିକ ପେଟ୍ରୋଲ ପମ୍ଫ ହାତେଇବାରେ କିଏ କରିଥିଲେ ସହାୟତା ? ଏହାପଛରେ ପଲିଟିକାଲ ଲିଙ୍କ ଥିବା ସନ୍ଦେହ କରୁଛି କ୍ରାଇମବ୍ରାଞ୍ଚ ଏସଟିଏଫ୍। ସେପଟେ ଟିଟୋ ଲିଙ୍କରେ କେନ୍ଦ୍ରାପଡ଼ାର ଜଣେ ପୂର୍ବତନ କାଉନସିଲର ହିଜବୁଲ ରେହମାନଙ୍କୁ ଏସ୍ଟିଏଫ୍ ଜେରା କରିଛି। ଏପଟେ ଟିଟୋ ନାଁରେ ଅାଉ ତିନିଟି ନୂଅା ମାମଲା ରୁଜୁ କରିଛି ଏସଟିଏଫ୍ । ଅପରାଧ ଜରିଅାରେ ବେଅାଇନ ଅର୍ଥ ଅର୍ଜନ କରିବା, ଟେଣ୍ଡର ପାଇଁ ଦାଦାବଟି ମାଗିବା ଓ ଜବରଦସ୍ତ ଜମି ଅକ୍ତିଅାର କରିବା ଭଳି ମାମଲା ରୁଜୁ ହୋଇଛି ।
(ଭୁବନେଶ୍ୱରରୁ ଅାଲୋକ ମହାନ୍ତି ଓ କେନ୍ଦ୍ରାପଡାରୁ ପ୍ରଭାତ ପରିଡାଙ୍କ ରିପୋର୍ଟ)