ଟିଟୋ ଲିଙ୍କ୍ରେ ପୁଣି ଜଣଙ୍କୁ ଉଠାଇ ନେଲା କ୍ରାଇମବ୍ରାଞ୍ଚ STF
କେନ୍ଦ୍ରାପଡ଼ା: ଟିଟୋ ଲିଙ୍କ୍ରେ ପୁଣି ଜଣଙ୍କୁ କ୍ରାଇମବ୍ରାଞ୍ଚର STF ଟିମ୍ ଉଠାଇ ନେଇଛି। କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ମହିପାଳର କମ୍ପ୍ୟୁଟର ଦୋକାନୀ ସରୋଜ ପତିଙ୍କୁ ବିଳମ୍ବିତ ରାତିରେ କ୍ରାଇମବ୍ରାଞ୍ଚର STF ଟିମ୍ ଉଠାଇ ନେଇ ପଚରାଉଚରା ଚଳାଇଥିବା ଥିବା ସୂଚନା ମିଳିଛି।
ଟିଟୋ ଓ ତା’ର ଭାଇମାନଙ୍କ ଘରେ ସରୋଜ ସିସିଟିଭି କ୍ୟାମେରା ଲଗାଇଥିଲା। ତେବେ ଟିଟୋ ଗିରଫ ପରେ ସରୋଜ ଏଥିରୁ ପ୍ରମାଣ ନଷ୍ଟ କରିଥିବା କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଥିଲା।
କେବଳ ଏତିକି ନୁହେଁ ଟିଟୋର ଭାଇମାନଙ୍କୁ ଫେରାର ହେବାରେ ସରୋଜ ସହାୟତା କରିଥିବା STF ଟିମ୍ ଖବର ପାଇବା ପରେ ତାଙ୍କୁ ଉଠାଇ ନେଇଛି ବୋଲି ଜଣାପଡ଼ିଛି।