ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଖେଳାଳିଙ୍କୁ ରାଜ୍ୟ ସରକାରଙ୍କ ଅବହେଳା

ଭୁବନେଶ୍ୱର: ରିଓ ଅଲିମ୍ପିକରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିବା ଓଡ଼ିଆ ଆଥଲେଟ୍ ଦୂତୀ ଚାନ୍ଦଙ୍କୁ ରାଜ୍ୟ ସରକାରଙ୍କ ଅବହେଳା।  ଭୁବନେଶ୍ୱରରେ ଜମି କିମ୍ବା ଘର ଖଣ୍ଡିଏ ଦେବା ପାଇଁ ରାଜ୍ୟ ସରକାର ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ  କିନ୍ତୁ ଏହା ଭିତରେ ଦୁଇବର୍ଷ ବିତି ଯାଇଥିଲେ ବି ଦୂତିଙ୍କୁ ଘରଖଣ୍ଡିଏ ମିଳିନାହିଁ।

ରିଓ ଅଲିମ୍ପିକରେ ଭାଗ ନେଇ ସାରା ଓଡିଶାକୁ ଗର୍ବିତ କରିଥିବା ଏହି ଆଥଲେଟ୍‌ ଏବେ ନିଜର କ୍ଷୋଭକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଜାଗା ଟିଏ ପାଇଁ ଆଉ କେତେ ଦିନ ସେ ଅପେକ୍ଷା କରିବେ ବୋଲି ପ୍ରଶ୍ନ କରିଛନ୍ତି।

ରାଜ୍ୟର ୫ ଜଣ ଆଥଲେଟ୍‌ଙ୍କୁ ଘର ଏବଂ ଜାଗା ଦିଆଯିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସାଧାରଣ ପ୍ରଶାସନ ବିଭାଗକୁ ଦିଆଯାଇଥିବା ଚିଠି ସହ ନିଜର ଟାଇମ୍‌ଲାଇନରେ କ୍ଷୋଭ ପ୍ରକାଶ କରିଛନ୍ତି ଦୂତି ଚାନ୍ଦ।

ଆନ୍ତର୍ଜାତିକ ସ୍ତରରେ ଭଲ ପ୍ରଦର୍ଶନ କରିଥିବା ୫ଜଣ ଆଥଲେଟ୍ ପୂର୍ଣ୍ଣିମା ହେମ୍ବ୍ରମ୍‌, ଦୂତୀ ଚାନ୍ଦ, ଜଉନା ମୁର୍ମୁ, ଅମୀୟ କୁମାର ମଲ୍ଲିକ ଓ ଶ୍ରାବଣୀ ନନ୍ଦଙ୍କୁ  ଭୁବନେଶ୍ୱରରେ ଜମି କିମ୍ବା ଘର ଯୋଗାଇଦେବାକୁ ନିର୍ଦ୍ଦେଶ ରହିଥିଲା।

ଆହୁରି ପଢ଼ନ୍ତୁ

ବିଜେଡିରେ କେଁ: ଇସ୍ତଫା ଦେଉ ଦେଉ ଦଳରୁ ବିଦା ହେଲେ ଯୁବ ନେତା

Odisha Plus 3 Admissions: ପ୍ରକାଶ ପାଇଲା ପ୍ରଥମ କଟ୍ ଅଫ୍ ମାର୍କ

ଦିନକରେ ୧୬ କରୋନା ରୋଗୀଙ୍କ ମୃତ୍ୟୁ, ଓଡ଼ିଶାରେ ୮୦୦ ଟପିଲା ମୃତ୍ୟୁ ସଂଖ୍ୟା

ଦିନକରେ ଓଡ଼ିଶାରେ ୩,୨୩୫ କରୋନା ଆକ୍ରାନ୍ତ‌ ଚିହ୍ନଟ

ପ୍ରତି ୧୫ ଦିନରେ କୋଭିଡ୍ ହସ୍ପିଟାଲ୍‌ରେ ହେବ ଫାୟାର ସେଫ୍ଟି ଅଡିଟ୍

ଆଗ ଭୁଲ୍ କଲା,‌ ପରେ କ୍ଷମା ମାଗିଲା: ସମ୍ବଲପୁରୀ ଶାଢୀ ପଶ୍ଚିମବଙ୍ଗର ବୋଲି କହିଲା Amazon

Plus III Admission: ଆଜି ପ୍ରକାଶ ପାଇବ ପ୍ରଥମ ମେରିଟ୍ ଲିଷ୍ଟ

ତାପଙ୍ଗର ହାତିଆ ମୁଣ୍ଡିଆ ନିଷିଦ୍ଧାଞ୍ଚଳ ଘୋଷିତ

କରୋନା ନେଇଗଲା କୋଭିଡ୍ ଯୋଦ୍ଧାଙ୍କ ଜୀବନ

ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ଦାଶଙ୍କୁ ଭାରତର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର

ଗାଈଗୋରୁଙ୍କ ଜୀବନ ରକ୍ଷା ପାଇଁ ଅଭିନବ ପ୍ରୟାସ

ବିଧାନସଭା ଅଧିବେଶନ ପୂର୍ବରୁ ଆସିଲା କରୋନା ଟେଷ୍ଟ ରିପୋର୍ଟ, ୧୩୬ ଜଣଙ୍କ ରିପୋର୍ଟ ପଜିଟିଭ୍

You might also like