କାଳବୈଶାଖୀରେ ଭୁଶୁଡ଼ିଲା ମଞ୍ଚ

ଯାଜପୁର: ଭୁଶୁଡ଼ିଲା କୋଟିଏ ଟଙ୍କାରେ ବିଶାଳ ସୁସଜ୍ଜିତ ମଞ୍ଚ। ବଲିଉଡ଼ କଣ୍ଠଶିଳ୍ପୀ ସୋନୁ ନିଗମଙ୍କ ସଂଗୀତ ପରିବେଷଣ ପୂର୍ବରୁ ଦର୍ଶକ ହେଲେ ନିରାଶ। ଭୟରେ ଇତସ୍ତତ ହୋଇ ଦଉଡିଲେ ଲୋକେ।

ତେବେ ଜାଣନ୍ତୁ ପୂରା ଘଟଣାଟି କ’ଣ…

ଯାଜପୁର ପୌରପାଳିକାର ୧୫୦ ବର୍ଷ ପୂର୍ତ୍ତି ଉତ୍ସବ ଲାଗି ବାଳାଶ୍ରମ ମୁକ୍ତାକାଶ ମଞ୍ଚରେ ତିଆରି ହୋଇଥିବା ତୋରଣ ଓ ମଞ୍ଚ ଗତକାଲି ଝଡ଼ ପବନରେ ଭୁଶୁଡ଼ି ପଡ଼ିଛି। ୯ ଦିନ ଧରି ଚାଲିଥିବା ଏହି ଉତ୍ସବର ଗତକାଲି ଉଦ୍‌ଯାପନୀ ଦିବସ ଥିଲା।

ଉଦଯାପାନୀ ଶୋ କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ସୋନୁ ନିଗମଙ୍କ ସଂଗୀତ ପରିବେଷଣ କରିବାର ଥିଲା। ମାତ୍ର କାଳବୈଶାଖୀ ବର୍ଷାରେ ସମ୍ପୂର୍ଣ୍ଣ ମଞ୍ଚ ଓ ତୋରଣ ଭୁଶୁଡ଼ି ପଡ଼ିବାରୁ କାର୍ଯ୍ୟକ୍ରମ ବାତିଲ ହୋଇଯାଇଥିଲା। ଫଳରେ ଲୋକମାନେ ନିରାଶ ହୋଇ ଘରକୁ ଫେରି ଯାଇଥିଲେ।

କାର୍ଯ୍ୟକ୍ରମ ଦେଖିବାକୁ ଶହ ଶହ ଲୋକଙ୍କ ଭିଡ଼ ଜମିଥିବା ବେଳେ ମଞ୍ଚ ଭୁଶୁଡ଼ି ପଡ଼ିଥଲା। ତେବେ ଏଥିରେ କାହାରି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନି।

ଆହୁରି ପଢ଼ନ୍ତୁ

ଆଉ ୧୩୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ; ଏଥର ଏହି ଜିଲ୍ଲାରେ ସର୍ବାଧିକ

ଟି-ସିରିଜ୍ କମ୍ପାନୀ ମାଲିକଙ୍କୁ ଖୋଲା ଚେତାବନୀ ଦେଲେ ସୋନୁ ନିଗମ, କହିଲେ…

Puri Rath Yatra 2020: ଗଜପତି ମହାରାଜାଙ୍କ ଚିଠି ପରେ କାହିଁକି ମୁହଁ ଖୋଲୁ ନାହାନ୍ତି ମୁଖ୍ୟମନ୍ତ୍ରୀ ?

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପୁଲିସ୍ ବାବୁ

Puri Rath Yatra 2020:ଶ୍ରୀମନ୍ଦିର ଭିତରେ କେମିତି ହେବ ବିଧିରକ୍ଷା; ସନ୍ଧ୍ୟାରେ ନିଷ୍ପତ୍ତି

ସୁଶାନ୍ତଙ୍କ ଆତ୍ମହତ୍ୟା ପରେ ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରିକୁ ନେଇ ଚାଞ୍ଚଲ୍ୟକର କଥା କହିଲେ ସୋନୁ ନିଗମ

କରୋନା ଅପ୍‌ଡେଟ୍: ୨୪ ଘଣ୍ଟାରେ ଦେଶରେ ୩୩୪ ଜଣଙ୍କ ମୃତ୍ୟୁ

ଏଜି ପକ୍ଷ ରଖିଲେ ମୁଖା ଖୋଲିଯିବ ସେଥିପାଇଁ ହରିଶ୍ ସାଲ୍‌ଭେଙ୍କୁ ନିୟୋଜିତ କରାଯାଇଥିଲା କି ?

‘ଭାଙ୍ଗିଗଲା ୫୦୦ ବର୍ଷର ପରମ୍ପରା’

ଆଜି ୯୭ କରୋନା ଆକ୍ରାନ୍ତ ସୁସ୍ଥ

ରଥଯାତ୍ରା ବନ୍ଦ ନେଇ କ’ଣ କହିଲେ ଗଜପତି ମହାରାଜା ?

‘ମୁହଁ ନ ଖୋଲି ରଥଯାତ୍ରା ବନ୍ଦ କଲେ, ଜଗନ୍ନାଥ ସବୁ ଦେଖୁଛନ୍ତି’

You might also like