ଶ୍ରୀମନ୍ଦିର ସାମ୍ନାରେ ସେବାୟତଙ୍କ କ୍ରାନ୍ତି ଦିବସ ପାଳନ

ସେବାୟତଙ୍କ କ୍ଷୋଭ ପ୍ରକାଶ

ପୁରୀ : ଶ୍ରୀମନ୍ଦିର ସାମ୍ନାରେ ସେବାୟତଙ୍କ କ୍ରାନ୍ତି ଦିବସ ପାଳନ। ଏହି ଅବସରରେ ଅାଜି ସେବାୟତମାନେ ଏକାଠି ହୋଇ ବିଭିନ୍ନ ପ୍ରସଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେବାୟତଙ୍କୁ ମିଳୁଥିବା ଦାନଦକ୍ଷିଣା ବିରୋଧରେ ଯେଉଁଭଳି ଭାବେ ଷଡଯନ୍ତ୍ର କରାଯାଉଛି, ତାହା ନିନ୍ଦନୀୟ । ଏହାଦ୍ୱାରା ସେମାନଙ୍କ ପରିବାର କେମିତି ଚଳିବ ବୋଲି ପ୍ରଶ୍ନ ଉଠାଇଛନ୍ତି ସେବାୟତ।

ଶ୍ରୀମନ୍ଦିରରୁ ବଂଶଗତ ପରମ୍ପରା ଉଛେଦ ଏବଂ ଅଣହିନ୍ଦୁ ପ୍ରବେଶ ପାଇଁ ମଧ୍ୟ ଉଦ୍ୟମ କରାଯାଉଥବା ଅଭିଯୋଗ କରିବା ସହ ସେବାୟତ କ୍ଷୋଭ ପ୍ରକାଶ କରିଛନ୍ତି। ଶ୍ରୀଜଗନ୍ନାଥ ସେବାୟତ ସମ୍ମିଳନୀ ପକ୍ଷରୁ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

You might also like