ଶ୍ରୀମନ୍ଦିର ନୀତି ବିଭ୍ରାଟ ପ୍ରସଙ୍ଗ ନେଇ ଗୃହରେ ବିରୋଧୀଙ୍କ ହୋହାଲ୍ଲା

ଭୁବନେଶ୍ୱର : ପୁରୀ ଶ୍ରୀମନ୍ଦିର ନୀତି ବିଭ୍ରାଟ ପ୍ରସଙ୍ଗକୁ ନେଇ ବିଧାନସଭାରେ ବିରୋଧୀଙ୍କ ହୋହାଲ୍ଲା। ଗୃହ ଆଜି ବାରମ୍ବାର ମୁଲତବି ହୋଇଛି। ପ୍ରଥମେ ଦିନ ୧୧ଟା ୩୦, ପୁଣି ୧୨ଟା ୫୦ ଏବଂ ପରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି କରିଛନ୍ତି ବାଚସ୍ପତି। ଗୃହରେ ଲାଗି ରହିଥିବା ଅଚଳାବସ୍ଥା ଦୂର କରିବାକୁ ବାଚସ୍ପତି ଡାକିଥିଲେ ବୈଠକ।

ବୈଠକରେ ଗୃହରେ ସରକାର ବିବୃତି ରଖିବା ନେଇ ନିଷ୍ପତ୍ତି ହୋଇଛି। ନୀତିକାନ୍ତି ବିଳମ୍ବ ନେଇ ଉତ୍ତର ରଖିବେ ସରକାର।ଅନ୍ୟପଟେ ଗୃହରେ ଅଚଳାବସ୍ଥା ନେଇ ରୋକଠୋକ୍ ମତ ଦେଇଛନ୍ତି ବିଜେଡି ନେତା ଦାମୋଦର ରାଉତ ,ସେ କହିଛନ୍ତି ଜଗନ୍ନାଥ ଓଡିଆଙ୍କ ଆରାଧ୍ୟ ଦେବତା। ତାଙ୍କର ସେବା ବ୍ୟାହତ ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

ଏହି ପ୍ରସଙ୍ଗରେ ପୁରୀ ଗଜପତି ଏବଂ ଶଙ୍କରାଚାର୍ଯ୍ୟ ହସ୍ତକ୍ଷେପ କରି ସମାଧାନ କରନ୍ତୁ ବୋଲି କହିଛନ୍ତି ବିଜେଡି ବରିଷ୍ଠ ନେତା ଦାମୋଦର ରାଉତ। ଗୃହ ଅଚଳାବସ୍ଥା ପ୍ରସଙ୍ଗରେ ଗୃହରେ ମୁଖ୍ୟମନ୍ତ୍ରୀ କିମ୍ବା ଆଇନମନ୍ତ୍ରୀଙ୍କ ବିବୃତି ଚାହିଁଛି ବିରୋଧୀ କଂଗ୍ରେସ। ଅନ୍ୟ କୌଣସି ବ୍ୟକ୍ତି  ବିବୃତି ଦେଲେ ଗୃହ ଚାଲିପାରିବନି ବୋଲି କହିଛନ୍ତି ବିରୋଧି ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି।

You might also like