ଅଭିନେତ୍ରୀ ଶ୍ରୀଦେବୀଙ୍କ ଅନ୍ତିମ ସଂସ୍କାର ପାଇଁ ଚାଲିଛି ପ୍ରସ୍ତୁତି

ଆଉ କିଛି ସମୟ ପରେ ମୁମ୍ବାଇରେ ହେବ ବଲିଉଡର ଖ୍ୟାତନାମା ଅଭିନେତ୍ରୀ ଶ୍ରୀଦେବୀଙ୍କ ଶେଷକୃତ୍ୟ। ବିଶାଳ ଶୋଭାଯାତ୍ରାରେ ଶ୍ରୀଦେବୀଙ୍କ ମରଶରୀରକୁ ଭିଲେ ପାର୍ଲେସ୍ଥିତ ପବନ ହଂସ ଶ୍ମଶାନକୁ ନିଆଯାଉଛି। ଅନ୍ତିମ ଯାତ୍ରାରେ ରାସ୍ତାକଡ଼ରେ ଶହ ଶହ ପ୍ରଶଂସକ ଶ୍ରୀଦେବୀଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି। ରାଜକୀୟ ସମ୍ମାନ ସହ ଶ୍ରୀଦେବୀଙ୍କ ଅନ୍ତିମ ସଂସ୍କାର ହେବ।

ମୁମ୍ବାଇ ପୋଲିସର ଏକ ବ୍ୟାଣ୍ଡ ବି ସେଠାରେ ପହଞ୍ଚ ସାରିଛି। ଆଜି ସକାଳ ସାଢ଼େ ୯ଟାରୁ ଲଖଣ୍ଡଓ୍ୱାଲାସ୍ଥିତ ସେଲିବ୍ରେସନ ସ୍ପୋର୍ଟସ କ୍ଲବରେ ଶ୍ରୀଦେବୀଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲା। ପୁରା ସିନେ ଜଗତ ମାଧୁରୀ, ଐଶ୍ୱର୍ଯ୍ୟା, ସୁସ୍ମିତା ସେନ୍‌, ସୋହେଲ୍ ଖାନ୍, ଅକ୍ଷୟ ଖାନ୍ନା ଓ ବାପି ଲାହିରିଙ୍କ ଭଳି ପ୍ରମୁଖ ବଲିଉଡ କଳାକାର ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ମୃତ୍ୟୁର ପ୍ରାୟ ୭୨ ଘଣ୍ଟା ପରେ ଗତକାଲି ରାତିରେ ତାଙ୍କ ମୃତଦେହ ପହଞ୍ଚିଥିଲା। ସୂଚନା ଯେ,ପାରିବାରିକ ବିବାହ ଉତ୍ସବରେ ଯୋଗଦେବାକୁ ଦୁବାଇ ଯାଇଥିବା ବେଳେ ଏକ ହୋଟେଲରେ ଗତ ଶନିବାର ରାତିରେ ଶ୍ରୀଦେବୀଙ୍କ ମୃତ୍ୟୁ ହୋଇଥିଲା।

 

 

You might also like