ଆଜି ମୁମ୍ବାଇରେ ବଲିଉଡ ଅଭିନେତ୍ରୀ ଶ୍ରୀଦେବୀଙ୍କ ଶେଷକୃତ୍ୟ
ମୁମ୍ବାଇ: ଆଜି ମୁମ୍ବାଇରେ ବଲିଉଡ ଅଭିନେତ୍ରୀ ଶ୍ରୀଦେବୀଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ। ସାଢେ ୧୨ଟା ପର୍ଯ୍ୟନ୍ତ ଅନ୍ତିମ ଦର୍ଶନ ହେବ। ସାଢେ ୩ଟାରେ ଏକ ଶୋଭାଯାତ୍ରାରେ ଭିଲେ ପାର୍ଲେସ୍ଥିତ ପବନ ହଂସ ଶ୍ମଶାନକୁ ନିଆଯିବ ଓ ସେଠାରେ ତାଙ୍କ ଅନ୍ତିମ ସଂସ୍କାର ହେବ।
ମୃତ୍ୟୁର ପ୍ରାୟ ୭୨ ଘଣ୍ଟା ପରେ ଗତ ରାତିରେ ମୁମ୍ବାଇରେ ବଲିଉଡ୍ ଅଭିନେତ୍ରୀ ଶ୍ରୀଦେବୀଙ୍କ ପାର୍ଥିବ ଶରୀର ପହଞ୍ଚିଥିଲା।
ଗତ ରାତି ପ୍ରାୟ ସାଢେ ୯ଟାରେ ଶ୍ରୀଦେବୀଙ୍କ ମରଶରୀର ଦୁବାଇରୁ ଏକ ସ୍ୱତନ୍ତ୍ର ଜେଟ୍ ବିମାନ ଯୋଗେ ମୁମ୍ବାଇ ଏୟାରପୋର୍ଟରେ ପହଞ୍ଚିଥିଲା।
ବିମାନ ବନ୍ଦରରେ ଅନୀଲ କପୁରଙ୍କ ସମେତ ତାଙ୍କ ପରିବାର ସମସ୍ତ ସଦସ୍ୟ ଏବଂ ବଲିଉଡର ବହୁ କଳାକାର ମଧ୍ୟ ଉପସ୍ଥିତ ଥିଲେ। ଏହା ପରେ ଶ୍ରୀଦେବୀଙ୍କ ମରଦେହକୁ ତାଙ୍କ ଲୋଖଣ୍ଡୱାଲାସ୍ଥିତ ବାସଭବନକୁ ନିଆଯାଇଥିଲା ଶ୍ରୀଦେବୀଙ୍କ ଶେଷ ଦର୍ଶନ ପାଇଁ।
ଶ୍ରୀଦେବୀଙ୍କୁ ଦେଖିବା ଲାଗି ତାଙ୍କ ବାସଭବନ ଆଗରେ ସିନେପ୍ରେମୀଙ୍କ ଗହଳି ବଢ଼ିବାରେ ଲାଗିଛି।
ଅନ୍ୟପକ୍ଷରେ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।