ବନ୍ୟା ଆଶଙ୍କା ଟଳିଲା

ଭୁବନେଶ୍ୱର:ରାଜ୍ୟ ଉପରୁ ଟଳିଲା ବନ୍ୟା ଆଶଙ୍କା। ଏନେଇ ସ୍ପେଶାଲ ରିଲିଫ କମିଶନର (SRC) ବିଷ୍ଣୁପଦ ସେଠୀ ସ୍ପଷ୍ଟ କରିଛନ୍ତି।

ମହାନଦୀରେ ବନ୍ୟା ସ୍ଥିତି ଆଉ ନାହିଁ। କାରଣ  ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଯେଉଁ ବୃଷ୍ଟିପାତ ହୋଇଛି ବହୁ ଜିଲ୍ଲାରେ କମ୍‌ ପରିମାଣର ବର୍ଷା ରେକର୍ଡ଼ କରାଯାଇଛି। ଏଥିସହ ମୁଣ୍ଡଳିରେ ଜଳ ନିଷ୍କାସନ କମିଛି।

ସେଠାରେ ଏବେ ସାଢ଼େ ୪ ଲକ୍ଷରୁ କମ୍ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ଫଳରେ ଅବବାହିକାର ନ୍ୟୁନ ଅଞ୍ଚଳରେ ଯେଉଁ ଜିଲ୍ଲା ଗୁଡ଼ିକୁ ସତର୍କ କରାଯିବା ସହ ବନ୍ୟା ଆଶଙ୍କା ଥିଲା ତାହା ଟଳିଯାଇଛି ବୋଲି ସେ କହିଛନ୍ତି।

ଏହା ସହିତ ବୈତରଣୀରେ ମଧ୍ୟ ଜଳସ୍ତର ହ୍ରାସ ପାଇଛି। ତେଣୁ ବନ୍ୟା ଆଶଙ୍କା ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

You might also like