ରବିବାର ଛୁଟି ବାତିଲ୍, କାଲି ସବୁ ଅଫିସ୍ ଖୋଲା
ଭୁବନେଶ୍ୱର : ଆସନ୍ତାକାଲି ରାଜ୍ୟର ସବୁ ଜିଲ୍ଲାର ସବୁ ସରକାରୀ ଅଫିସ୍ ଖୋଲା ରହିବ। ରବିବାର ସତ୍ତ୍ୱେ ସବୁ ଅଫିସ୍ ଖୋଲା ନେଇ ସରକାର ନିର୍ଦ୍ଦେଶ ଦେଇଛନ୍ତି। ବନ୍ୟା ପାଇଁ ରାଜ୍ୟ ସରକାର ରବିବାର ଛୁଟିକୁ ବାତିଲ୍ କରିଛନ୍ତି।
ଜିଲ୍ଲାର ସଦରମହକୁମା ଓ ଉପଖଣ୍ଡରେ ସବୁ ଅଫିସ୍ ଖୋଲା ରଖିବା ପାଇଁ SRC ନିର୍ଦ୍ଦେଶ ଦେଇଛନ୍ତି। ଦୁଇ ଦିନ ହେଲା ଲଗାଣ ବର୍ଷାରେ ରାଜ୍ୟରେ ସ୍ଥିତି ବେହାଲ ହୋଇଛି । ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଘରଦ୍ୱାର,ରାସ୍ତାଘାଟ ଚାରିଆଡେ ଜଳାର୍ଣ୍ଣବ ହୋଇଛି। ଜନଜୀବନ ଠପ୍ ହୋଇଯାଇଛି।