ରୋକ୍‌ଠୋକ୍‌ ମନା କଲେ ମନ୍ତ୍ରୀ; କଳିଙ୍ଗ ଷ୍ଟୁଡ଼ିଓ ଜାଗା କାହାକୁ ଦିଆଯିବନି

ଭୁବନେଶ୍ୱର : ପୁଣି ତେଜିଲା କଳିଙ୍ଗ ଷ୍ଟୁଡିଓରେ ସ୍ପୋର୍ଟସ କମ୍ପଲେକ୍ସ ନିର୍ମାଣ ପ୍ରସ୍ତାବ ବିବାଦ। ଆଜି ଜମି ଦେବାକୁ ସିଧାସଳଖ ମନା କରିଦେଇଛନ୍ତି ବିଭାଗୀୟ ମନ୍ତ୍ରୀ। କ୍ଷୁଦ୍ର, ମଧ୍ୟମ ଶିଳ୍ପ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ କହିଛନ୍ତି, କୌଣସି ପରିସ୍ଥିତିରେ କଳିଙ୍ଗ ଷ୍ଟୁଡ଼ିଓ ଜାଗାକୁ କାହାକୁ ଦେବେ ନାହିଁ।

କଳିଙ୍ଗ ଷ୍ଟୁଡିଓ ଭିତ୍ତିଭୂମି ବିକାଶ ପାଇଁ ଇଡ୍‌କୋକୁ ଦାୟିତ୍ୱ ଦିଆଯାଇଥିବା କହିଛନ୍ତି ପ୍ରଫୁଲ୍ଲ ସାମଲ। କ୍ଷୁଦ୍ର, ମଧ୍ୟମ ଶିଳ୍ପ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ଏହି ପ୍ରତିକ୍ରିୟା ପରେ କ୍ରୀଡ଼ା ବିଭାଗର କଣ ରହିବ ପରବର୍ତ୍ତୀ ପଦକ୍ଷେପ, ତାଉପରେ ନଜର।

You might also like