ନିର୍ବାଚନ ବର୍ଷରେ ବିଧାନ ପରିଷଦ କାର୍ଡ ଖେଳିଲେ ରାଜ୍ୟ ସରକାର

ଭୁବନେଶ୍ୱର : ପୁଣି ମନେପଡ଼ିଲା ବିଧାନ ପରିଷଦ କଥା। ଖୋଲିଲା ଥଣ୍ଡାବସ୍ତାରେ ପଡ଼ିରହିଥିବା ଫାଇଲ୍। ସାଢେ ୩ ବର୍ଷ ପରେ ବିଧାନ ପରିଷଦ ଗଠନ ନେଇ ତତ୍ପରତା ଦେଖାଇଛନ୍ତି ରାଜ୍ୟ ସରକାର। ପୂର୍ବରୁ କର୍ଣ୍ଣାଟକ ଓ ମହାରାଷ୍ଟ୍ର ଯାଇ କମିଟି, ବିଧାନସଭା ପରିଷଦ ଗଠନ ସଂପର୍କରେ ଅନୁଧ୍ୟାନ କରିଥିଲା। ଏବେ ଅନୁଧ୍ୟାନ ପାଇଁ ସଦସ୍ୟମାନେ ଆନ୍ଧ୍ରପ୍ରଦେଶ ଓ ବିହାର ଯିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସ୍ତାବକୁ ଆଜି ଅନୁମୋଦନ କରିଛନ୍ତି। ମନ୍ତ୍ରୀ ନୃସିଂହ ସାହୁ କମିଟି ଅଧ୍ୟକ୍ଷ ଥିବାବେଳେ ବିଜେଡିରୁ ପ୍ରମିଳା ମଲ୍ଲିକ ଓ ମନୋହର ରାନ୍ଧାରି, କଂଗ୍ରେସରୁ ଭୂଜବଳ ମାଝୀ ଓ ବିଜେପିରୁ ନୀତୀଶ ଗଙ୍ଗଦେବ ସଦସ୍ୟ ଅଛନ୍ତି। କମିଟି ଅଧ୍ୟକ୍ଷ ନୃସିଂହ ସାହୁ କହିଛନ୍ତି କମିଟି ବିଚାର ବିମର୍ଷ କରି ଗସ୍ତ ତାରିଖ ଧାର୍ଯ୍ୟ କରିବ।

ଜାନୁଆରୀ ୩୧, ୨୦୧୫ରେ ବିଧାନ ପରିଷଦ ଗଠନ ପାଇଁ ଅନୁଧ୍ୟାନକାରୀ ଟିମ୍ କର୍ଣ୍ଣାଟକ ଓ ମହାରାଷ୍ଟ୍ର ଯାଇଥିଲା। କିନ୍ତୁ ଏହାପରେ ନାଲି ଫିତା ତଳେ ଚାପି ହୋଇ ରହିଗଲା ଫାଇଲ୍। ପ୍ରାୟ ସାଢ଼େ ୩ ବର୍ଷ ଧରି ଚୁପ୍ ରହିଲେ ସରକାର। ପ୍ରଶ୍ନ ଉଠୁଛି ହଠାତ୍ କାହିଁକି ସରକାରଙ୍କର ବିଧାନ ପରିଷଦ କଥା ମନେପଡ଼ିଲା? ଚର୍ଚ୍ଚା ହେଉଛି, ବିଜେଡିରେ ବଢୁଥିବା ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ଏଭଳି ପ୍ରୟାସ। ଅନ୍ୟ ଦଳରୁ ଆସିଥିବା ହେବିୱେଟ୍ ନେତାଙ୍କୁ ଥଇଥାନ ପାଇଁ ବି ସରକାର ଏବେ ତତ୍ପରତା ଦେଖାଉଥିବା କୁହାଯାଉଛି।

ସାଧାରଣ ନିର୍ବାଚନରେ ଟିକଟ କଟିବାକୁ ଥିବା ବିଧାୟକ ଓ ସାଂସଦମାନଙ୍କୁ ପ୍ରଲୋଭିତ କରି ଝୁଲାଇ ରଖିବା ପାଇଁ ଏହା ଚାଲ୍ ନୁହେଁ ତ? ପରିଷଦ ଗଠନ ପାଇଁ କେନ୍ଦ୍ର କୋର୍ଟକୁ ବଲ୍ ଫିଙ୍ଗି, ରାଜ୍ୟ ସରକାର କେନ୍ଦ୍ର ବିରୋଧୀ ଆଭିମୁଖ୍ୟକୁ ତାଜା ରଖିବାକୁ ଯୋଜନା କରୁନାହାନ୍ତି ତ ? ଏବେ ବିହାର, ଜାମ୍ମୁ ଓ କାଶ୍ମୀର, ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ଉତ୍ତର ପ୍ରଦେଶ ଭଳି ରାଜ୍ୟରେ ବିଧାନ ପରିଷଦ ବ୍ୟବସ୍ଥା ରହିଛି। ତେବେ ବଡ଼ ପ୍ରଶ୍ନ ଓଡ଼ିଶାରେ ପରିଷଦ ଗଠନର ବାସ୍ତବରେ କେତେ ଆବଶ୍ୟକତା ରହିଛି ?

ଆହୁରି ପଢ଼ନ୍ତୁ

କାହିଁକି ଦେବୀଙ୍କ ଘରେ ପଶିଲା CBI ?

ଭିନ୍ନ ଭିନ୍ନ ନମ୍ବର ପ୍ଲେଟ୍‌ ବ୍ୟବହାର କରାଯାଇ ବୋଲେରୋରେ ଏମିତି ଚାଲାଣ ହେଉଥିଲା ଗଞ୍ଜେଇ

ବିଜେଡି ନେତା ଦେବୀ ମିଶ୍ରଙ୍କ ଘରେ CBI ରେଡ୍‌

ପ୍ରକାଶ ପାଇଲା +୨ ପାଇଁ ପ୍ରଥମ କଟ୍ ଅଫ୍ ମାର୍କ

Corona Deaths in Odisha: ୨୪ ଘଣ୍ଟାରେ ଆଖି ବୁଜିଲେ ୧୩ କରୋନା ଆକ୍ରାନ୍ତ

ଦିନକରେ ଓଡ଼ିଶାରେ ୪,୧୮୦ କରୋନା ଆକ୍ରାନ୍ତ‌ ଚିହ୍ନଟ: ଖୋର୍ଦ୍ଧାରୁ ୬୮୮, କଟକରୁ ୪୯୨

ପୁରୀରେ ଚିନ୍ତା ବଢ଼ାଉଛି କରୋନା: ୮ ଦିନରେ ଦୁଇଗୁଣା ହେଲା ମୃତ୍ୟୁ ସଂଖ୍ୟା

ଟ୍ୱିନ୍‌ସିଟିରେ ଆକ୍ସନ ମୋଡ୍‌ରେ ପୋଲିସ୍: ସାବାଡ୍‌ ହେଉଛନ୍ତି କୋଭିଡ୍ ନିୟମ ଉଲ୍ଲଂଘନକାରୀ

‘ଓଡ଼ିଶା ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଉଚ୍ଚତାରେ ହିଁ ନିର୍ମାଣ ହେବ ମା’ ଦୁର୍ଗାଙ୍କ ପ୍ରତିମୂର୍ତ୍ତି’

ଓଡ଼ିଶାରେ ଅତି ଭୟଙ୍କର ହେଲାଣି ଗୋଷ୍ଠୀ ସଂକ୍ରମଣ

ରାଜ୍ୟରେ ହଜାରେ କରୋନା ଆକ୍ରାନ୍ତଙ୍କୁ ପ୍ଲାଜମା ଥେରାପିରେ ଚିକିତ୍ସା

ଆମେରିକାରେ ଜଲୱା ଦେଖାଲେ ଓଡ଼ିଆ ପୁଅ

You might also like