ଘରଚଟିଆଙ୍କ ଲାଗି କୃତ୍ରିମ ଘର

ଗଞ୍ଜାମ: ହଜିବାକୁ ବସିଲେଣି ଘରଚଟିଆ।  ଆଉ କାଁଭାଁ ଶୁଭୁଛି କିଚିରି ମିଚିରି ଡାକ। ଚାଳ ଘର କମିବା ସହ ଖାଦ୍ୟ ଓ ବାସସ୍ଥଳୀ ଅଭାବରୁ ଏବେ ଦେଖିବାକୁ ମିଳୁନାହାନ୍ତି ଏହି କୁନିକୁନି ପକ୍ଷୀ।

ଗୋଟିଏପଟେ ଖାଦ୍ୟ ଓ ବାସସ୍ଥଳୀ ଅଭାବରୁ ଗାଁଗଣ୍ଡାରେ ଏବେ ଘରଚଟିଆ ଲୋପ ପାଇବାକୁ ବସିଥିବା ବେଳେ ଅନ୍ୟପଟେ ଏହାର ସଂରକ୍ଷଣ ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉପକଣ୍ଠ ଗୁଣ୍ଠବନ୍ଧର କିଛି ଉଦ୍ୟମୀ ଯୁବକ।

ଆଞ୍ଚଳିକ ବିକାଶ ପରିଷଦର ଏହି ପକ୍ଷୀପ୍ରେମୀ ଯୁବକମାନେ ଘରଚଟିଆଙ୍କ ସଂଖ୍ୟା ବୃଦ୍ଧି ପାଇଁ ଗାଁ ଓ ବ୍ରହ୍ମପୁର ସହରରେ ଇଚ୍ଛୁକ ଲୋକଙ୍କୁ କୃତ୍ରିମ ପକ୍ଷୀଘର ଯୋଗାଇ ଦେଉଛନ୍ତି, ଯାହାର ସୁଫଳ ଧୀରେଧୀରେ ସାମ୍ନାକୁ ଆସିବାରେ ଲାଗିଛି।

ଘରଚଟିଆ ବଂଶବୃଦ୍ଧି ପାଇଁ ଏହି ଯୁବକ ମାନେ ଗାଁ ଲୋକଙ୍କୁ ପ୍ରବର୍ତ୍ତାଇବା ସହ ଘରଚଟିଆଙ୍କ ରହିବା ପାଇଁ ପ୍ଲାଷ୍ଟିକ୍ ଓ କାଠରେ ତିଆରି ବସା, ମାଟିହାଣ୍ଡି, ଲାଉ ତୁମ୍ବା ଆଦି ଯୋଗାଇ ଦେଉଛନ୍ତି।  ଏଥିସହ ଘରଚଟିଆଙ୍କ ଖାଇବା ପାଇଁ ଫିଡର୍ ଓ ପାଣି ପାଇଁ ମାଠିଆର ବ୍ୟବସ୍ଥା ମଧ୍ୟ କରାଯାଇଛି।  ଫଳରେ ବାଘଝରି, ବିରିବାଡ଼ଇା, ଲାଞ୍ଜିଆ, ବାଳକୃଷ୍ଣପୁର, ଗୁଣ୍ଠବନ୍ଧ ଆଦି ଗାଁ ସହିତ ବ୍ରହ୍ମପୁର ସହରର ଧର୍ମନଗର ଓ ଗେଟ୍ ବଜାରରେ ବଢ଼ିବାରେ ଲାଗିଛି ଘରଚଟିଆଙ୍କ ସଂଖ୍ୟା।

You might also like