ବାଜିଲା ସୋନମଙ୍କ ସାହାନାଇ
ମୁମ୍ବାଇ: ଦୀର୍ଘଦିନର ବନ୍ଧୁ ଆନନ୍ଦ ଆହୁଜାଙ୍କୁ ବିବାହ କରିଛନ୍ତି ବଲିଉଡ ମସକ୍କଲି ଗାର୍ଲ ସୋନମ କପୁର। ପାରମ୍ପରିକ ପଞ୍ଜାବୀ ରୀତିରେ ବିବାହ ଅନୁଷ୍ଠିତ ହୋଇଯାଇଛି। ବଲିଉଡର ବହୁ ଷ୍ଟାର ଏଥିରେ ଯୋଗଦେଇ ନବ ଦମ୍ପତିଙ୍କୁ ଆଶୀର୍ବାଦ ଦେଇଛନ୍ତି।
ଦୀର୍ଘ ଏକମାସ ପ୍ରସ୍ତୁତି ପରେ ଶେଷରେ ହାତରୁ ଦି ହାତ ହୋଇଛନ୍ତି ସୋନମ। ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଥିଲା ମୁମ୍ବାଇ ବାନ୍ଦ୍ରା ସ୍ଥିତ ରକାଲେ ଆପାର୍ଟମେଣ୍ଟ। ଏହି ବହୁ ଚର୍ଚ୍ଚିତ ବିବାହ ଉତ୍ସବ ପାଇଁ କପୁର ଫ୍ୟାମିଲ ତରଫରୁ ସ୍ୱତନ୍ତ୍ର ଆୟୋଜନ କରାଯାଇଥିଲା। ଏଥିରେ ବିଗ୍ ବି ଅମିତାଭ ବଚ୍ଚନ, ଅମୀର ଖାନଙ୍କ ଭଳି ବହୁ ନାମୀଦାମୀ କଳାକାର ଯୋଗଦେଇଥିଲେ।
ବିବାହ ପାଇଁ ସୋନମ ନାଲି ରଙ୍ଗର ଲେହେଙ୍ଗାରେ ସଜେଇ ହୋଇଥିଲେ। ଆନନ୍ଦଙ୍କୁ ଦେଖିବାକୁ ମିଳିଥିଲା ହଳଦିଆ ରଙ୍ଗର ସେରଓ୍ୱାନି କୁର୍ତ୍ତାରେ।
ଭାଇ ଅର୍ଜୁନ ଏବଂ ହର୍ଷ ବର୍ଦ୍ଧନ ସୋନମଙ୍କୁ ମଣ୍ଡପରେ ପହଞ୍ଚାଇବା ପରେ ଆରମ୍ଭ ହୋଇଥିଲା ବିବାହ ଉତ୍ସବ। ପରେ ପାରମ୍ପରିକ ଶିଖ୍ ରୀତିନୀତିରେ ଉଭୟଙ୍କ ବିବାହ ହୋଇଥିଲା।