ନ୍ୟୁୟର୍କରେ ଚିକିତ୍ସାଧୀନ ସୋନାଲି ବେନ୍ଦ୍ରେ

ନ୍ୟୁୟର୍କ: କ୍ୟାନ୍‌ସର୍ ପୀଡ଼ିତା ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ବର୍ତ୍ତମାନ ନ୍ୟୁୟର୍କରେ ଚିକିତ୍ସାଧିନ ଅଛନ୍ତି। ଏହି ଚିକିତ୍ସା ପ୍ରକ୍ରିୟାର ଏକ ଭିଡ଼ିଓ ଏବେ ସାମ୍ନାକୁ ଆସିଛି । ଯେଉଁଥିରେ ତାଙ୍କର କେଶ କଟାଯାଉଥିବା ଦେଖିବାକୁ ମିଳୁଛି।

ଆଗକୁ ଚିକିତ୍ସା ପ୍ରକ୍ରିୟା ହେବାକୁ ଥିବାରୁ ତାଙ୍କ କେଶ କଟାଯାଉଛି। ନିଜେ ସେ ଏହି ଭିଡ଼ିଓକୁ ଇନଷ୍ଟାଗ୍ରାମ୍‌ରେ ପୋଷ୍ଟ କରିଛନ୍ତି। ସୋନାଲି ଏହି ଭିଡ଼ିଓ ସହ ଏକ ଭାବପ୍ରବଣତାର ବାର୍ତ୍ତା ବି ଦେଇଛନ୍ତି। ଏବେ ସେ METASTATIC CANCERରେ ପୀଡ଼ିତ ଅଛନ୍ତି। ଏନେଇ ସେ ନିଜେ ଇନଷ୍ଟାଗ୍ରାମ୍‌ରେ ସୂଚନା ଦେଇଥିଲେ।

(ଭିଡ଼ିଓ ସୌଜନ୍ୟ : ଭାଇରାଲ୍‌ ହଙ୍ଗାମା)

You might also like
Comments
Loading...